ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

କୋକସରା,୧/୪ // କଳାହାଣ୍ଡି ଜିଲ୍ଲା ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ରାଜ ପରିବାରର ବୋହୁ ମାଲବିକା କେଶରୀ ଦେଓଙ୍କୁ ଟିକେଟ ମିଲିଛି । ରବିବାର ମାଲବିକା ନିଜ ସ୍ୱାମୀ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ସହ କୋକସରା ବ୍ଲକ ଗସ୍ତରେ ଆସି ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦଲୀୟ କର୍ମକର୍ତ୍ତା ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପ୍ରଥମେ କୋକସରା ଜଗନ୍ନାଥ ମନ୍ଦିର ନିକଟରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଉପ ସଭାପତି ଗୋପାଳ ଅଗ୍ରୱାଲ, ସମ୍ପାଦକ ତ୍ରିନାଥ ଶବର, ଘନଶ୍ୟାମ ନାଏକ, ଧର୍ମାନନ୍ଦ ନେଗି, ପ୍ରମୋଦ ପଣ୍ଡା, ଶାରଳା ପ୍ରଧାନୀ ଓ ଅନେକ ଦଲୀୟ କର୍ମୀମାନେ ସ୍ୱାଗତ କରିଥିଲେ। ପରେ ଝରିଆଗୁଡା ବାଲିଯାତ୍ରା ମହୋତ୍ସବରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ମାଝୀଗୁଡା, ଟେମରା ଗ୍ରାମ ଯାଇ ଜନ ସମର୍ଥନ ପାଇଁ।ଅନୁରୋଧ କରିଥିଲେ। ପରେ ଆମପାଣି ବୁଢ଼ାରଜା ମନ୍ଦିରରେ ପ୍ରଭୁ ବୁଢ଼ାରଜା ଦର୍ଶନ କରିଥିଲେ। କାଉଡୋଳା ଗ୍ରାମରେ ଅନୁଷ୍ଠିତ ଷୋହଳ ପ୍ରହର ନାମଯଜ୍ଞ କଳସ ଯାତ୍ରାରେ ସାମିଲ ହୋଇଥିବା ବେଳେ ତାଙ୍କ ସହ ବିଜେପିର ଦଲୀୟ କର୍ମକର୍ତ୍ତା ଗରୁଡ଼ ଧ୍ଵଜ ମାଝୀ, ଗୋଦାବରୀଶ ପାତ୍ର, ଅର୍ଜୁନ ଭାଟି, ମଧୁବନ ପାତ୍ର, ସୁଧୀର ପାତ୍ର, କୈଳାଶ ଚଳାନ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ

Sunil Chandra Nayak

ଡାବୁଗାଁ ବ୍ଲକ ଗିର୍ଲା ଠାରେ ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!