ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁସପୁତ୍ତଳିକା ଦାହ

ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁସପୁତ୍ତଳିକା ଦାହ

ଖଇରା,୦୩/୦୨/୨୫-: ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ତୁଡିଗଡ଼ିଆ ଜୋନର କୁରୁଣ୍ଟା ବଜାର ଠାରେ ବିଜେପି ଦଳ ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ତାଚ୍ଛଲ୍ୟ କରି ଅପମାନ ଜନକ ବୟାନ ଦେବା ପ୍ରତିବାଦରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜେପି ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଡ. ରାଜେଶ ମହାକୁଡ଼ଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ହୋଇଥିବା ବେଳେ ବିଜେପି ଯୁବନେତା ଡ. ଅଣୁମାଧବ ପଣ୍ଡା, ୫ନଂ ଯୋନ ମଣ୍ଡଳ ସଭାପତି ମାନସ କୁମାର ମୁଦୁଲି, ଜିଲ୍ଲା ପ୍ରତିନିଧି ମହେଶ୍ୱର ନାଥ, ଯୁବନେତା କମଳାକାନ୍ତ ଜେନା, କମଳ ଲୋଚନ ପ୍ରଧାନ, ଦିନେଶ ଜେନା, ଆନନ୍ଦ ନାୟକ, ମୁକେଶ ପଣ୍ଡା, ଭାଗିରଥି ଦାସ, କମଳାକାନ୍ତ ପାଢ଼ୀ, ଅଭିଳାଷ ବାରିକ, ଗୌତମ କୁମାର ସାହୁ, ପ୍ରକାଶ କୁମାର ସାହୁ, ଅକ୍ଷୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାରା ଦେଇ ତାଙ୍କ କୁଶପୁତ୍ତଳିକାରେ ନିଆଁ ଲଗାଇବା ସହ ଭାରତ ବାସୀଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଆହ୍ୱାନ କରିଥିଲେ । ଆଗାମୀ ଦିନରେ କ୍ଷମା ପ୍ରାର୍ଥନା ନକଲେ ଆନ୍ଦୋଳନ ତୀବ୍ରତର ହେବବୋଲି ଚେତାବନୀ ଦେଇଛି ବିଜେପି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

masiha

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମହିଳା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!