ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂତନ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ଯୁବନେତା 

ନୂତନ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ଯୁବନେତା 

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ଭାବେ ଶ୍ରୀ ଅମିତ କୁମାର ଯାଦବ ଏବଂ ସାଧାରଣ ସମ୍ପାଦକ ଭାବେ ଶ୍ରୀ ନବୀନ ନାୟକଙ୍କୁ ଚୟନ କରି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୋର ଅନ୍ତରରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି।

ଏଥିସହିତ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ଦିଶାରୀ, ଜିଲ୍ଲା ଯୁବ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀ ମଣ୍ଟୁ ନାଏକ, ଶ୍ରୀ ମନିନ୍ଦର ମହାନ୍ତି, ଜିଲ୍ଲାର ସମସ୍ତ ବିଧାୟକ ଓ ପୂର୍ବତନ ବିଧାୟକ, ବରିଷ୍ଠ ନେତୃବୃନ୍ଦ ତଥା ବିଜୁ ଯୁବ ଜନତା ଦଳର ସମସ୍ତ କର୍ମୀ ଭାଇମାନଙ୍କୁ ମୋର ହୃଦୟରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି।

ଆପଣମାନଙ୍କର ଅକୁଣ୍ଠ ଭଲପାଇବା, ସ୍ନେହ, ଶୁଭେଚ୍ଛା, ଆଶୀର୍ବାଦ ଓ ମୋ ପ୍ରତି ରହିଥିବା ବିଶ୍ୱାସ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା। ମୋ ଉପରେ ନ୍ୟସ୍ତ ହୋଇଥିବା ଏହି ଗୁରୁଦାୟିତ୍ୱକୁ ନିଷ୍ଠା, ସଚ୍ଚୋଟତା ଓ ସମ୍ପୂର୍ଣ୍ଣ ଦାୟିତ୍ୱବୋଧର ସହିତ ତୁଲାଇବାକୁ ମୁଁ ସଂକଳ୍ପବଦ୍ଧ। ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବ ସମାଜର ସ୍ୱର ହୋଇ ଜନସାଧାରଣଙ୍କ ସେବାରେ ସର୍ବଦା ନିଜକୁ ନିୟୋଜିତ ରଖିବି। ଆପଣମାନଙ୍କ ବିଶ୍ୱାସ ଓ ଭଲପାଇବା ମୋର ଶକ୍ତି। ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରୁ ଅଛି ବୋଲି କହିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

masiha

କେଗାଁରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ: ଯୋଗଦେଲେ ମଣ୍ଡଳ ପ୍ରଭାରୀ ବିନ୍ଦୁ ମହାନନ୍ଦ

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱାଧୀନ ପ୍ରାର୍ଥୀ ନାରାୟଣ ମୁର୍ମୁଙ୍କ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!