ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ୍ ମଦ କାରବାର 

ବେଆଇନ୍ ମଦ କାରବାର 

ବେଳପଡ଼ା ଥାନା ଅନ୍ତର୍ଗତ ଜାମଖାରି ଗ୍ରାମରେ ଦୀର୍ଘ ୩ ବର୍ଷ ହେବ ଗ୍ରାମର ବିନା ପରାମର୍ଶରେ ଗ୍ରାମରେ ଶ୍ରୀଯୁକ୍ତ ରହୁମଣି ଭୋଇ ଅବଂ ଶ୍ରୀଯୁକ୍ତ ତୁଲାରାମ ବାଗ ବେଆଇନ୍ ମଦ ବ୍ୟବସାୟ କରି ଆସୁଛନ୍ତି । ଗ୍ରାମର ଭଦ୍ରବ୍ୟକ୍ତି ବସି ବାରମ୍ବାର ମନା କରିଥଲେ ମଧ୍ୟ ଗ୍ରାମର କୌଣସି କଥା ଶୁଣୁ ନାହାଁନ୍ତି କିମ୍ଵା ଖାତିର କରୁନଥିବା ଗ୍ରାମବାସୀ ଙ୍କ ଅଭିଯୋଗ ହେଉଛି । ଗତ ୪/୧୨/୨୩ ରେ ଜାମଖାରି ଗ୍ରାମର ସମସ୍ତ ସ୍ଵଂୟ ସହାୟକ ଗୋଷ୍ଟିର ମହିଳା ମାନେ ଯଥା ଶ୍ରୀମତୀ ରୁଦୁନା ଭୋଇ ପୂର୍ବତନ (ୱାର୍ଡ ମେମ୍ବର) ହିରାବତି ଭୋଇ,ଅହଲ୍ୟା ଶବର, ବୈଦେହି ଭୋଇ,ପଦ୍ମାବତି ଭୋଇ,ବିଲାସିନି ଭୋଇ,ରାମା ଭୋଇ, ଆଲ୍ଲାଦିନି ଭୋଇ, ଶାନ୍ତି ଭୋଇ, ଭୋଲାନାଥ ଭୋଇ,ଦିଲ୍ଲିପ ଭୋଇ, ତୁଲେଶ୍ୱର୍ ଭୋଇ, ସୁଶାନ୍ତ ଭୋଇ ବେଳପଡ଼ା ପୋଲିସ୍ ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଦୀର୍ଘ ୪ (ଚାରି) ମାସ ବିତି ଯାଇଥିଲେ ସୁଧା ବେଳପଡ଼ା ପୋଲିସ୍ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଗ୍ରାମବାସି କ୍ଷବ ପ୍ରକାଶ କରିଛନ୍ତି। ଆଗାମୀ ୧୫ ଦିନ ଭିତରେ ବେଳପଡ଼ା ପୋଲିସ ଏ ଦୁହେଁ ଙ୍କ ଵିରୁଦ୍ଧରେ ଯଦି ଦୃଢ଼ କାର୍ଯାନୁଷ୍ଠାନ ନ ନିଏ ତାହେଲେ ବେଳପଡ଼ା ପୋଲିସ ଘେରାଓ କରିବୁ ବୋଲି ଗ୍ରାମର ସମସ୍ତ ଜନ ସଧାରଣ ଚେତାବନୀ ଦେଇଛନ୍ତି.!

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଚୋରି ବାଇକକୁ ସ୍କ୍ର।ପ କରି ଚାଲାଣ କରୁଥିବା ଅଭିଯୋଗର ଜଣେ ଗିରଫ

Sunil Chandra Nayak

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!