ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପଈ ଯୁବକଙ୍କ ଆତ୍ମହତ୍ୟା 

ବିଷ ପଈ ଯୁବକଙ୍କ ଆତ୍ମହତ୍ୟା 

ଡାବୁଗାଁ, ୨୬/୧୦ (ମ.ନି.ସ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧୀନ କରପାହାଣ୍ଡିଆଗୁଡା ଗ୍ରାମରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ରବିବାର ଅପରାହ୍ନରେ ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :- ଶିଂସାରି ଫାଣ୍ଡି ଅଧୀନ କରପାହାଣ୍ଡିଆଗୁଡା ଗ୍ରାମର ବୁଦୁରାମ ଭତ୍ରା (୧୯) ଗତ ୨୪.୧୦.୨୫ ଶୁକ୍ରବାର ସକାଳ ୧୦ ଘ. ସମୟରେ କୌଣସି କାରଣରୁ ବିଷ ପିଇ ଦେଇଥିଲେ l କିଛି ସମୟ ପରେ ଅସୁସ୍ଥ ହୋଇ ପଡିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥା ରେ ରବିବାର ସକାଳ ୭ ଘ. ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏନେଇ ମୃତକ ର ବାପା ବଳିରାମ ଭତ୍ରା ରବିବାର ଅପରାହ୍ନ ରେ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲା କୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୩୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆମ୍ବାଦଳା ପୋଲିସକୁ ମିଳିଛି ବଡ ସଫଳତା, ଗଞ୍ଜେଇ ଓ ଗାଡି ଜଵତ, ଡ଼୍ରାଇଭର ଫେରାର 12ଦିନ ପରେ କୋର୍ଟକୁ ଗଲା କେଶ୍

masiha

ଅଜଣା ଗାଡି ଧକ୍କାରେ ମହିଳା ମୃତ

ପାଣି ମାଗି ପିଇବା ପରେ ଜଙ୍ଗଲ କାଟିବା କୁ ବିରୋଧ କରି ଗୁଳି କରି ଯୁବକକୁ ହତ୍ୟା ,ରାଇଘର ଅଂଚଳ ରେ ପୁଣି ମାଓ ହିଂସା 

Sunil Chandra Nayak

Leave a Comment

error: Content is protected !!