ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି-ବିଜେପି ଏଠି କଳି, ସେଇଠି କୋଳାକୋଳି- ଭୂପେଶ ବାଘେଲ     

ବିଜେଡି-ବିଜେପି ଏଠି କଳି, ସେଇଠି କୋଳାକୋଳି- ଭୂପେଶ ବାଘେଲ     

ବିଶ୍ୱନାଥପୁରଠାରେ କଂଗ୍ରେସର ବିଶାଳ ଜନସମାବେଶ

ଲାଞ୍ଜିଗଡ଼,୦୮/୦୫(ମନିସ)-ବିଜେଡି ଆଉ ବିଜେପି ଏଇଠି ଖାଲି ଲୋକ ଦେଖାଣିଆ କଳି କରନ୍ତି, ସେଇଠି ସଂସଦରେ କିନ୍ତୁ କୋଳାକୋଳି ହୋଇପଡ଼ନ୍ତି। ବିଜେପି ଏଇଠି ବିଜେଡି ସରକାରକୁ ବାଧା ଦିଏନି ଆଉ ବିଜେଡି ସେଇଠି ଆଖିବୁଜି ସବୁ କଥାରେ ବିଜେପିକୁ ସମର୍ଥନ ଦେଇଥାଏ। ବିଗତ ୨୫ ବର୍ଷ ଧରି ଏଠାରେ ବିଜେଡି ସରକାର ଥିଲେ ହେଁ ବିକାଶର କୌଣସି ଚିହ୍ନିବର୍ଣ୍ଣ ନଥିବାବେଳେ ବିଜେପି ସରକାର କେନ୍ଦ୍ରରେ ଦଶବର୍ଷ ଶାସନରେ ରହି ବି ସାଧାରଣ ଲୋକଙ୍କ ପାଇଁ କିଛି କରିନି। ଉଭୟ ସରକାର କେବଳ ଜନସାଧାରଣଙ୍କୁ ଲୁଟ କରିବା ଛଡା ଆଉ କଣ କରିଛନ୍ତି ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଧନୁଯାତ୍ରା ପଡିଆରେ ଆଜି କଂଗ୍ରେସ ତରଫରୁ ନିର୍ବାଚନୀ ସଭା ତଥା ଏକ ବିଶାଳ ଜନ ସମାବେଶରେ ଷ୍ଟାର ପ୍ରଚାରକ ଭାବେ ଯୋଗଦେଇ ଉଭୟ ବିଜେପି ଓ ବିଜେଡି ବିରୁଦ୍ଧରେ ପ୍ରବଳ ବର୍ଷିଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। କଂଗ୍ରେସ ତରଫରୁ ଆୟୋଜିତ ଆଜିର ଏହି ବିଶାଳ ଜନସମାବେଶରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତଚରଣ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ଅଣଦେଖା କରୁଛନ୍ତି, ସେ ସମ୍ପର୍କରେ ବିଷୋଦଗାର କରିବା ସହିତ କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ଏହି ସଭାରେ ଲୋକସଭା ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, କଂଗ୍ରେସ ପକ୍ଷରୁ ମହିଳାଙ୍କ ପାଇଁ ଘୋଷଣା କରାଯାଇଥିବା ଗୃହଲକ୍ଷ୍ମୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ନିଜ ପାଇଁ ଭୋଟଭିକ୍ଷା କରିଥିଲେ। ଏହି ଅବସରରେ ବକ୍ତବ୍ୟ ରଖିବା ସହିତ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ଓ ଦଳର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତଚରଣ ଦାସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି କରିଥିଲେ। ସେହିପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବମ୍ପର ବିଜୟ ଲାଭ କରିବ ବୋଲି ସେ କହିବା ସହିତ ନିଜ ପାଇଁ ଭୋଟଭିକ୍ଷା କରିଥିଲେ। ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜନ ସମାବେଶରେ ଜିଲ୍ଲାର ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିବାବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ଦୀପକ ମହାପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ବିରଞ୍ଚି ବେହେରା, ଉଦୟ କୁମାର, ରଘୁନାଥ ପାଣିଙ୍କ ସମେତ ଦେଢଶହରୁ ଅଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଆଜିର ସମାବେଶକୁ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିବାବେଳେ କଂଗ୍ରେସ ନେତା ମନୋଜ ରାଉତ, ଗୋବିନ୍ଦ ପ୍ରଧାନୀ, ଫକୀର ମୋହନ ମାଝୀ, ସନ୍ତୋଷ କୁମାର ତୁଳ, ଶିଶିର ପୁଝାରି, ପ୍ରଦୀପ ମାଝୀ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ସଦାନନ୍ଦ ନାଏକ, ଅଭିନବ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଧ୍ଵ ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

Sunil Chandra Nayak

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟାଗ୍ରହ

Sunil Chandra Nayak

Leave a Comment

error: Content is protected !!