ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗଞ୍ଜାମରେ ଛାତ୍ରୋଂକି ଗୁଞ୍ଜ୍‌‍ କାର୍ଯ୍ୟକ୍ରମ

ଗଞ୍ଜାମରେ ଛାତ୍ରୋଂକି ଗୁଞ୍ଜ୍‌‍ କାର୍ଯ୍ୟକ୍ରମ

ମୋଦି ସରକାରଙ୍କ ପେପର୍‌‍ ଲିକ୍‌‍ ଘଟଣା ଏକ ପରମ୍ପରା ହୋଇଗଲାଣି : ରାଜ୍ୟ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର

ବ୍ରହ୍ମପୁର: ମୋଦି ସରକାରଙ୍କ ଗତ 10 ବର୍ଷ ଭିତରେ ବାରମ୍ୱାର ପେପର ଲିକ୍‌‍ ଘଟଣା ଏକ ପରମ୍ପରା ହୋଇଗଲାଣି ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜୟଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟାଳୟ(ପୂର୍ବ) ପକ୍ଷରୁ ବାପୁଜୀ ଆଶ୍ରମ ପରିସରରେ ରାହୁଲ ଗାନ୍ଧୀଙ୍କ ଡାକରାକୁ ପାଥେୟ କରି ଶିକ୍ଷା ବଞ୍ଚାଅ ଭବିଷ୍ୟତ ବଞ୍ଚାଅ ନାରାରେ ଛାତ୍ର କି ଗୁଞ୍ଜ କାର୍ଯ୍ୟକ୍ରମକୁ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷାଗୁଡିକରେ କିଭଳି ଜାଲିଆତି କରାଯାଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି ତାକୁ ନେଇ କଂଗ୍ରେସ ନେତୃବୃନ୍ଦ ପ୍ରତିବାଦ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ତରଫରୁ ଜୟଶ୍ରୀ ପାତ୍ର ଯୋଗଦେଇ କହିଲେ ଯେ, ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦିଆଯାଇଛି । ନିଟ୍‌‍ ପ୍ରଶ୍ନପତ୍ର ପ୍ରଘଟ, ସିବିଏସଇର ମୂଲ୍ୟାଙ୍କନ ବିଭ୍ରାଟ ଇତ୍ୟାଦି ପରୀକ୍ଷାରେ ଅନିୟମିତତା ସ୍ଵାଭାବିକ ହୋଇଗଲାଣି । ଏହି ଘଟଣାର ପ୍ରତିବାଦ ପାଇଁ ଦେଶର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଓଡ଼ିଶା ସରକାରଙ୍କ ପାଠ୍ୟ ପୁସ୍ତକରେ ଯେଭଳି ଭାବେ ତ୍ରୁଟି ରହିଛି, ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଏହା ପାଠ କଲେ ଭବିଷ୍ୟତ ଅନ୍ଧକାରମୟ ହେବ । ତେଣୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।  

ବର୍ତ୍ତମାନ ସରକାର ଯେତେ ସବୁ ପରୀକ୍ଷା କରୁଛନ୍ତି ସବୁଥିରେ ଦୁର୍ନୀତି ହେଉଛି। ଉଦ୍ଦେଶ୍ୟମୂଳକ ଭାବେ ଭାଜପା ସରକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳି ଚାଲିଛି। କିନ୍ତୁ କଂଗ୍ରେସ ଛାଡିବନି। ସାରା ଦେଶରେ ଆନ୍ଦୋଳନ ଚାଲିଛି। ଆଗାମୀ ଦିନରେ ଜିଲାର ପ୍ରତେ୍ୟକ ପଞ୍ଚାୟତକୁ ଯାଇ ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ଗଞ୍ଜାମ ଜିଲା (ପୂର୍ବ) ସଭାପତି ରଶ୍ମି ରଂଜନ ପଟ୍ଟନାୟକ କହିଥିଲେ ଯେ, ଭାଜପା ସରକାର ଛାତ୍ରୀଛାତ୍ରଙ୍କ ଜାତୀୟ ପରୀକ୍ଷା ପାଇଁ ଯେଉଁ ଏନଟିଏ ସଂସ୍ଥାକୁ ଦାୟିତ୍ଵ ଦେଇଛି ତାହା ସ୍ଵଚ୍ଛ ନୁହେଁ। ସରକାର ଉକ୍ତ ସଂସ୍ଥାକୁ ହାତରେ ରଖି ସବୁ ପ୍ରକାର ଦୁର୍ନୀତି କରୁଛନ୍ତି। ତେଣୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିଯୋଗୁ ଇସ୍ତଫା ଦେବା କଥା ସରକାର ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ଯାହାକି ନିନ୍ଦନୀୟ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ତ୍ରିନାଥ ବେହେରା, ପୂର୍ବତନ ମନ୍ତ୍ରୀ ରାଘବ ପରିଡା, କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ଜିଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ବୃନ୍ଦାବନ ଖଟେଇ, ସୁଜ୍ଞାନୀ ପଟ୍ଟନାୟକ, ଗୋକୁଳ ଚନ୍ଦ୍ର କର, ପ୍ରବୀର ସାବତ, ପି.ରାମାରାଓ, କାଳିଆ ରାଉଳ, ସୁରେଶ ଚନ୍ଦ୍ର ଦ୍ୟାନସାମନ୍ତରାୟ, ପରମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁଣ୍ଠିର ପୂର୍ବତନ ସରପଞ୍ଚ ଟି.ସୋମାୟା ପାତ୍ର ଓ ତାଙ୍କ ପୁତ୍ର ଟି. କୁରାମଣି ପାତ୍ର କଂଗ୍ରେସ ଦଳରେ ଯୋଗଦେଇଥିଲେ । ପୁରୁଖା ନେତା ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ

Sunil Chandra Nayak

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

Sunil Chandra Nayak

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!