ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ,ଦୁଇ ଶିକ୍ଷକ ସମେତ ଜଣେ ଗିରଫ 

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ,ଦୁଇ ଶିକ୍ଷକ ସମେତ ଜଣେ ଗିରଫ 

ଭବାନୀପାଟଣା,କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ନିକଟସ୍ଥ ବରଗାଁ ଛକ୍ ଠାରେ ଅବକାରୀ ବିଭାଗ ପକ୍ଷରୁ ଧରା ପଡ଼ିବା ଘଟଣା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ,କର୍ଲାମୁଣ୍ଡା ବ୍ଲକ ସରଗୁଲ. ମାଲପଡ଼ା ଗ୍ରାମର କିଶୋର କୁମାର ଓ ରିଞ୍ଜା ଗ୍ରାମର ଜୀତେନ୍ଦ୍ର କୁମାର ସାହୁ ଦୁଇ ଶିକ୍ଷକ ସମେତ କର୍ଲାମୁଣ୍ଡା (ବସ୍ତିର) ସଞ୍ଜୟ ବାଗ ଗଞ୍ଜେଇ ଏକ କାର ନଂ(ଓଡ଼ି୦୨ସିଏଲ-୮୫୨୪)ରେ ଚାଲାଣ କରୁଥିବା ସମୟରେ କୌଣସି ସୁତ୍ର ରୁ ଖବର ପାଇ ଟିଟଲାଗଡ଼ ଓ ତୁଷାର ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବରଗାଁ ଛକ୍ ଠାରେ ଧରପଗଡ଼ କରିଥିଲେ। ଏହି ସମୟରେ ସେମାନଙ୍କ ଠାରୁ ଅବକାରୀ ବିଭାଗ ୩୩ କେଜି ଗଞ୍ଜେଇ ସମେତ କାର ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ସେମାନଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି। କିଶୋର ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଥିବା ବେଳେ ଜୀତେନ୍ଦ୍ର କୁମାର ସାହୁ ବତିକୁପା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଟନ୍ତି। ଏହା ପୁର୍ବରୁ ଶିକ୍ଷକ କିଶୋର ନକଲି ଶିକ୍ଷା ଗତ ପ୍ରମାଣ ପତ୍ର ଦେଇ ଅନେକ ଯୁବକ ଯୁବତୀ ଙ୍କୁ ପୋଷ୍ଟାଲ ଚାକିରି କରି ଦେବା ନାମରେ ଧରାପଡିଥିଲେ। ଯାହାର ତଦନ୍ତ ସିବିଆଇ କରୁଥିବା ବେଳେ କିଶୋର ନାମରେ ମଧ୍ୟ ମାମଲା ଚାଲିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ତରଫରୁ ଚଢ଼ାଉ, ସ୍କୁଟିରେ ଥିବା ୩୫ ଲି ଦେଶୀ ମଦ ଜବତ ସହ ଜଣେ ଗିରଫ

Sunil Chandra Nayak

ଅଙ୍ଗନବାଡ଼ି ରେ ମିଳୁଥିବା କୁତ୍ରିମ ପ୍ଲାଷ୍ଟିକ ଅଣ୍ଡା ନେଇ ଅଭିଯୋଗ 

Sunil Chandra Nayak

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

Leave a Comment

error: Content is protected !!