ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ବାଲିଗୁଡା, ତା ୧୨/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି। ଏ ନେଇ ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ

ହାତୀଦାନ୍ତ ମାଫିଆକୁ ଧରିବାକୁ ଯାଇ ଦୁର୍ଵୁତଙ୍କ ଛ ରାଉଣ୍ଡ ଗୁଳି ଆକ୍ରମଣରେ ବର୍ତ୍ତିଲେ ବନ କର୍ମଚାରୀ

masiha

ବିତ୍ତୀୟ ଅନୁଷ୍ଠାନ ରେ ଋଣ ସୁନା ହେରଫେର,ଦୁଇ ନିଲମ୍ବନ,ଯୋଡ଼ାରେ ଚର୍ଚ୍ଚା 

masiha

Leave a Comment

error: Content is protected !!