ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ରେ ମନ୍ଦିର ଓ ବ୍ୟାଙ୍କ କାନ୍ଥକୁ ଲାଗି ମଦ ଦୋକାନ  ଦୋକାନ ସମ୍ଭୁଖରେ ଠିପି ଖୋଲା ମଦ ବିକ୍ରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ?

ଜୁନାଗଡ଼ରେ ମନ୍ଦିର ଓ ବ୍ୟାଙ୍କ କାନ୍ଥକୁ ଲାଗି ମଦ ଦୋକାନ 

ଦୋକାନ ସମ୍ଭୁଖରେ ଠିପି ଖୋଲା ମଦ ବିକ୍ରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ?

ଜୁନାଗଡ଼୩/୬,(ମନୀସ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଛାତି ଉପରେ ଚାଲିଛି ବେଧଡ଼କ ମଦ କାରବାର । ଅବକାରୀ ନିୟମକୁ ଖୋଲା ଚ୍ୟାଲେଞ୍ଜ କରି ଏକ ନମ୍ବର ମଦ ଦୋକାନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କାନ୍ଥକୁ ଲାଗି ବ୍ୟବସାୟ କରୁଛି । ଠିକ୍ ୧୦ ମିଟର ଦୂରରେ ରାଜ୍ୟ ସରକାରଙ୍କ କାଠ କର୍ପୋରେସନ୍ ,ଆଉ କିଛି ମିଟରରେ ମା ଲଙ୍କେଶ୍ଵରୀ ମନ୍ଦିର ଅବସ୍ଥିତ l 

ଏହା କେବଳ ନାମକୁ ମାତ୍ର ‘ଠିପି ବନ୍ଦ’ ଦୋକାନ ବାସ୍ତବରେ ଏହି ମଦ ଦୋକାନ ଆଗ ପୂରା ଠିପି ଖୋଲା ବାର୍ ରେ ପରିଣତ ହୋଇଛି । ବେଧଡକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କାନ୍ଥକୁ ଲାଗି ମଦ ଦୋକାନ ଖୋଲିଛି ଏସବୁକୁ ନେଇ ପ୍ରଶାସନ ଚୁପ ରହିବା ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହି ନୂଆ ବସଷ୍ଟାଣ୍ଡ ସ୍ଥିତ ୧ ନମ୍ବର କାଉଣ୍ଟରରେ ସକାଳୁ ସଞ୍ଜ ଯାଏଁ ମଦୁଆମାନେ ମଦ ଦୋକାନ ପାଖରେ ଏବଂ ରାସ୍ତା ଉପରେ ବସି ଢକ୍ ଢକ୍ ମଦ ପିଉଛନ୍ତି , ଗାଳିଗୁଲଜ କରୁଛନ୍ତି, ଯାତାୟାତ କରୁଥିବା ମହିଳାମାନଙ୍କୁ ଅଶାଳୀନ ଇଙ୍ଗିତ କରୁଥିବା ଅଭିଯୋଗ ହେଉଛି । ଦୁଃଖର ବିଷୟ ଏହି କି ଯେ ଅବକାରୀ ବିଭାଗକୁ ଭୟ କରୁ ନ ଥିବା କି ଏହି ବିଭାଗୀୟ ଅଧିକାରୀ ମାନେ କୌଣସି ପ୍ରକାର ନିୟନ୍ତ୍ରଣ କରୁ ନ ଥିବାରୁ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସବୁଠାରୁ ସାଂଘାତିକ କଥା ହେଉଛି, କାନ୍ଥ ସେପଟେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ପ୍ରତିଦିନ ଶହ ଶହ ଗରିବ ଖଟିଖିଆ, ମହିଳା, ବୟସ୍କ ଲୋକ ଆସୁଛନ୍ତି ଏବଂ ମଦୁଆଙ୍କ ଆତଙ୍କରେ ସେମାନେ ଟଙ୍କା ନେଇ ବ୍ୟାଙ୍କକୁ ଯିବାକୁ ଡରୁଛନ୍ତି ଓ ଟଙ୍କା ଉଠାଇ ଘରକୁ ମଧ୍ୟ ଯିବାକୁ ଡରିବାର ସୂଚନା ମଧ୍ୟ ମିଳିଛି । ମହିଳା ଗ୍ରାହକଙ୍କ ସୁରକ୍ଷା ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏକ ଆର୍ଥିକ ଅନୁଷ୍ଠାନ ପାଖରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲା କିଏ ? ଅବକାରୀ ନିୟମ କ’ଣ କେବଳ କାଗଜ କଲମରେ ?

ସ୍ଥାନୀୟ ବାସିନ୍ଦାଙ୍କ ସିଧା ପ୍ରଶ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପାଖରେ ମଦ ଦୋକାନ ରହିପାରିବ ନାହିଁ ବୋଲି ନିୟମ ଥିଲେ ବି ଏଠି କାହିଁକି ଖୋଲା ଉଲ୍ଲଂଘନ କରି ବେଧଡକ ଭାବରେ ମଦ ଦୋକାନ ଚାଲିଛି ? କାହା ଛତ୍ରଛାୟାରେ ଚାଲିଛି ଏ ବେଆଇନ ମଦର ଆସର ଏ ନେଇ ଜୁନାଗଡ଼ ସହରରେ ବୁଦ୍ଧି ଜିବି ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ? ଜନସାଧାରଣଙ୍କ ଏକମାତ୍ର ଦାବି, ତୁରନ୍ତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ୍ ମଦ ଦୋକାନକୁ ତୁରନ୍ତ ସିଲ୍ କରାଯାଉ ।ପ୍ରତି ଦୁଇ ବର୍ଷ ରେ ଲଟେରୀ ମାଧ୍ୟମ ରେ ମଦ ଦୋକାନ ବଣ୍ଟା ଯାଉଥିବା ବେଳେ ଚଳିତ ବର୍ଷ ଆରମ୍ଭ ରେ ଦୋକାନ ସ୍ଥାନାନ୍ତର କରାଯିବ ପାଇଁ ଜନସାଧାରଣ ରେ ଦାବୀ ଉଠୁଛି l ପ୍ରଶାସନ ଯଦି ଏବେ ବି ଚୁପ୍ ବସେ, ତେବେ ଆଗାମୀ ଦିନରେ ଜୁନାଗଡ଼ର ବୁଦ୍ଧି ଜିବୀ ଜନସାଧାରଣ ଜୁନାଗଡ଼ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଜନତା ଖୋଲା ଚେତାବନୀ ଦେଇଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନାବାଳିକା ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

Sunil Chandra Nayak

କୋଡିଏ ଇଂଜେକସନ ଦେଇ ନବରଙ୍ଗପୁର ଜିଲ୍ଲାରେ ଭୃଣ ହତ୍ୟା

masiha

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

Leave a Comment

error: Content is protected !!