ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ମିଶ୍ରଣ ପର୍ବ ଓ ନିର୍ବାଚନ ସଭା 

କଂଗ୍ରେସର ମିଶ୍ରଣ ପର୍ବ ଓ ନିର୍ବାଚନ ସଭା 

ନର୍ଲା/ମସିହା/21/04/24 // ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି।ଦଳ ଛାଡି ଦଳ ଡେଉଁଛନ୍ତି ଅସନ୍ତୁଷ୍ଟ ନେତା ଓ କର୍ମୀମାନେ।ଏଥର ନର୍ଲା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବାକୁ ଥିବା ବେଳେ କଡ଼ା ଟକ୍କରରେ ବିଜେଡି ଓ କଂଗ୍ରେସ ନର୍ଲା ନିର୍ବାଚନ ମଣ୍ଡଳୀରେ ଉଭା ହୋଇଥିବା ସ୍ଥାନୀୟ ଭୋଟର ଆଲୋଚନା କରୁଛନ୍ତି। ଏହାରି ଭିତରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ କିଛି ଦିନ ତଳେ ବିଜେଡି ଦଳରୁ ଇସ୍ତଫା ଦେଇ ପୁଣିଥରେ କଂଗ୍ରେସ ଦଳକୁ ଘର ବାହୁଡ଼ା କରିଛନ୍ତି। ନର୍ଲା ଠାରେ କଂଗ୍ରେସର ଏକ ସମାବେଶ ସ୍ଥଳରେ ଚିତ୍ତରଞ୍ଜନ ମଣ୍ଡଳ ନିଜର କିଛି ଅନୁଗାମୀଙ୍କୁ ଏକାଠି କରି ନର୍ଲା କଂଗ୍ରେସ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗଦେଇ ଚର୍ଚ୍ଚାର ବିଷୟ ସାଜିଛନ୍ତି।ଏହି ସଭାରେ କଂଗ୍ରେସର କଳାହାଣ୍ଡି ପର୍ଯ୍ୟବେକ୍ଷକ ଶେହନୱଜ ହୁସେନ ଚୈଧୁରୀ, ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ପ୍ରଭାରୀ ମିନାକ୍ଷୀ ନଟରାଜନ, କଂଗ୍ରେସ ଦଳର ବଡ଼ ଚେହେରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ, କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ,ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀ , ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ,ଏମ୍.ବି ସାହେବ, ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦ,,ରୁଦ୍ର ସିଂ,ମାଣିକ୍ୟ ସୁନା, ଜ୍ୟୋସ୍ନା ବଗର୍ତ୍ତି,ମହିନ୍ଦ୍ର ସାହୁ, ପ୍ରମୋଦ ଭୋଇ,ଟିକେମନ ଭୋଇ,ରଜନୀ କୁମାର, ପ୍ରିତମ ବେହେରା,ସରୋଜ ବାଗ, ଅନିରୁଦ୍ଧ ବିଶ୍ୱ।ଳ, ସୁରେଶ ଚୈ।ଧୁରୀ, ମାର୍ଜିନା ପଧାନ, ବିଭୁତି ଭୁଷଣ ମହାଖୁଡ, ମନୋଜ କରୁଆଁ,ସଘଂର୍ଷ ପଣ୍ଡା, ଅଲେଖ ସେନାପତି,ରାଜ କୁମାରୀ ସରାବ,ବାବା ଖାନ, ପୁରନ୍ଦର ସାହୁ, ପବିତ୍ର କୁମାର,ମହେନ୍ଦ୍ର ନାଏକ,ଦୀଲ୍ଲିପ ନାଏକ, ହୃଷୀକେଶ ନାଏକ, କୁମୁଦ ନାଏକ , ଅରକ୍ଷିତ ଭୋଇ ସହ ନର୍ଲା,କର୍ଲାମୁଣ୍ଡା, ମ.ରାମପୁର,ରିଷିଡା, ଲାଞ୍ଜିଗଡ଼ ଓ ସଦର ଭବାନୀ ପାଟଣା ବ୍ଳକର କିଛି ସମର୍ଥକ କଂଗ୍ରେସପ୍ରେମୀ ଉପସ୍ଥିତ ଥିଲେ।ଉକ୍ତ ସଭାରେ ଭକ୍ତଚରଣ ଦାସ ନର୍ଲା ଠାରେ ରେଳ ଡବା ମରାମତି କାରଖାନା ପ୍ରସଙ୍ଗ ସହ ରେତ, ସାନ୍ଦୁଲ ,ଉତେଇ ନଦୀରେ ଜଳସେଚନ ବ୍ୟବସ୍ଥାକୁ ବ୍ୟାପକ କରି ନର୍ଲା ଅଞ୍ଚଳକୁ ଶସ୍ୟଶ୍ୟାମଳାପୂର୍ଣ୍ଣ କରିବା ସହିତ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭୋଟରଙ୍କୁ ସଚେତନ କରାଇ ବିଜେଡି ଓ ବିଜେପି ଉପରେ ଖୁବ୍ ଜୋର ବର୍ଷିଥିଲେ। କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ଥର ସକାଶେ କଂଗ୍ରେସ ଜଣେ ଆଦିବାସୀ ମହିଳାଙ୍କୁ ଲୋକସଭା ପ୍ରାର୍ଥୀନୀ ଭାବେ ଛିଡ଼ା କରିଥିବା ନେଇ ଲୋକସଭା ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ ଜନସାଧାରଣଙ୍କୁ ହାତ ଚିହ୍ନରେ ଭୋଟ ଭିକ୍ଷା କରିଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ କହିଥିଲେ ଯେ ଆଗାମୀ ଦିନରେ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଳାହାଣ୍ଡି ବିକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିବ ଏଥିପାଇଁ ଅବିଭକ୍ତ ନର୍ଲା ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀନୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ। କଂଗ୍ରେସ ଦଳରେ ସାମିଲ ପରେ ଚିତ୍ତ ରଞ୍ଜନ ମଣ୍ଡଳ କଂଗ୍ରେସକୁ ପୁଣି ଥରେ ଫେରିଥିବା ଯୋଗୁଁ ବେଶ ଖୁସିବ୍ୟକ୍ତ କରି ଆଗାମୀ ଦିନରେ ନର୍ଲା ଅଞ୍ଚଳ ତଥା କଳାହାଣ୍ଡି ଜନସାଧାରଣଙ୍କୁ ନିଜର ଜନସେବା ଯୋଗାଇ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହିତ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଦୀପକ ଠାକୁର ନର୍ଲା ପ୍ରତିନିଧି

Related posts

ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

masiha

Leave a Comment

error: Content is protected !!