ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି

ରାଉରକେଲା/ ମହାବିଷୁବ ସଂକ୍ରାନ୍ତିରେ ରାଉରକେଲା ମଜଦୁର ସଭା ପକ୍ଷରୁ ମହାନ ରାଷ୍ଟ୍ରନାୟକ, ଦେଶର ସମ୍ବିଧାନ ପ୍ରଣେତା, ଭାରତରତ୍ନ ତଥା ଦଳିତ, ନିଷ୍ପେସିତ ଜନତାଙ୍କ ସ୍ବାର୍ଥ ରକ୍ଷା ନେଇ ଜୀବନ ବ୍ୟାପି କାର୍ଯ୍ୟ କରିଥିବା ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ କରାଯାଇଥିଲା। ଏଥିନେଇ ରାଉରକେଲା ମଜଦୁର ସଭା ର କର୍ମକର୍ତ୍ତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ୭/୧୭ ଛକରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁର୍ଣ୍ଣ୍ୟଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ୟୁନିୟନର ସଭାପତି ଶଶଧର ନାୟକ, କାର୍ଯ୍ୟକାରୀ ସଭାପତି ଅସିତ ଦାସ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, ଉପସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା, ପୂର୍ବତନ ସଭାପତି ତଥା ଉପଦେଷ୍ଟା ପ୍ରଭାକର ଚମ୍ପତିରାୟ, ବିରଷ୍ଠ ଶ୍ରମିକ ନେତା ତଥା ଏନ୍ ଏସ ପି ସି ଏଲ ର ସଭାପତି ହରେକୃଷ୍ଣ ପାଢ଼ୀ, ଉପସଭାପତି କଳାକାର ସାହୁ, ସିଦ୍ଧେଶ୍ଵର ବଳ, ପତିତପାବନ ଜେନା, ଦିଲ୍ଲୀପ କୁମାର ଜେନା, ସତ୍ୟାନନ୍ଦ ବେହେରା, ସୋମନାଥ ସ୍ବାଇଁ, ନୃପାନନ୍ଦ ନାୟକ, ବଂଶୀଧର ବିଶ୍ବାଳ, ଅଜୟ କୁମାର ଦାସ, ଭ୍ରମରବର ବେହେରା,ଆର.ସି.ମହାରଣା, ଦୁଷ୍ମନ୍ତ ଦାସ, ଶ୍ରବଣ କୁମାର ଦଳାଇ, ସରୋଜ କୁମାର ରାଉଳ, ରଞ୍ଜିତ କୁମାର ନାୟକ,ଶରତ ଜେନା, ନିରଞ୍ଜନ ଧଳ, ଶ୍ରୀକାନ୍ତ ପାତ୍ର,ମାନସ ପଟ୍ଟନାୟକ, ମନୋଜ ଦାସ, ପଙ୍କଜ ସ୍ବାଇଁ,କେ.ସି. ନାୟକ, ଆଲୋକ ରଂଜନ ବୋଷ, ମଧୂସୁଦନ ପୃଷେଟ, କାଳନ୍ଦୀ ଗୋଛୟତ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅମର ମହାନ୍ତି ଓ ଅନ୍ୟାନ୍ୟ ବହୁ କର୍ମୀ ବାବା ସାହେବ ଭୀମ ରାଓ ଆମ୍ବେଦକର ଅମର ରହେ ଧ୍ବନି ସହ ପୂର୍ଣ୍ଣ୍ୟଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସଂଗଠନ ର ସଭାପତି ଶଶଧର ନାୟକ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ବାବା ସାହେବ୍ ଙ୍କ ଜୀବନ ବ୍ୟାପି ସାଧନା ଓ ଦେଶ ପାଇଁ କାର୍ଯ୍ୟ ର ଅବତାରଣା କରି ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

ଧର୍ମଗଡ ରେ ନୂତନ ଏସଡିପିଓ ଙ୍କ ଯୋଗ ଦାନ ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା…..

Sunil Chandra Nayak

Leave a Comment

error: Content is protected !!