ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର ତରଫରୁ ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜିତ

ରାୟଗଡ:-ତା.୪/୦୨-ରାୟଗଡ ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର , ରାୟଗଡା ତରଫରୁ ତା ୧ ଏବଂ ୨ ଫେବୃଆରୀ ୨୦୨୩ ରିଖ ଦିନରେ ବେଦାନ୍ତ କମ୍ପାନୀର ସ୍ନାତକ ପ୍ରଶିକ୍ଷକ ପଦ ପାଇଁ ୨ ଦିନ ଧରି ଏକ ପ୍ଲେସମେଣ୍ଟ ଡ୍ରାଇଭ ର ଆୟୋଜନ କରାଯାଇଥିଲା । ମୋଟ ୩୭୬ ଜଣ ପ୍ରାର୍ଥୀ / ପ୍ରାର୍ଥୀନୀ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ପ୍ରଥମ ଦିନରେ ଲିଖିତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୫ ଜଣ ଦ୍ୱିତୀୟ ଦିନର ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  | ନିଯୁକ୍ତି ଡ୍ରାଇଭ୍ ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ଉକ୍ତ ପ୍ରଣାଳୀକୁ ପ୍ରୋତ୍ସ।ହିତ କରିଥିଲେ । ବେଦାନ୍ତ ଦଳ ୨୫ ଜଣ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ସାକ୍ଷାତକାର କରାଇଥିଲେ । ବେଦାନ୍ତ କମ୍ପାନୀର ଉପଯୁକ୍ତ ପ୍ରକ୍ରିୟା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମୋସି ମହାପାତ୍ର ଜଣାଇଛନ୍ତି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

masiha

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

Sunil Chandra Nayak

ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା

masiha

Leave a Comment

error: Content is protected !!