ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

 ମୟୂରଭଞ୍ଜ ୩/୪: // ରାଇରଙ୍ଗପୁର ସହର ଅଁଳାଡୁବାର ହୋ ଜାତିର ଜଣେ ଆଦିବାସୀ ମହିଳା ସୁରଧି ହେମ୍ବ୍ରମ l ଦିନ ମଜୁରୀ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି l ନିଜେ ଆଦୌ ସ୍କୁଲ ଦ୍ଵାର ମାଡ଼ି ନାହାନ୍ତି ସତ, କିନ୍ତୁ ନିଜର ଦୁଇ ଝିଅ ମଞ୍ଜୁ ଏବଂ ରାକ୍ଷୀଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ କଠିନ ପରିଶ୍ରମ କରୁଛନ୍ତି l ସେମାନଙ୍କ ଭବିଷ୍ୟତ ପାଇଁ ଦେଖୁଛନ୍ତି ଅନେକ ସ୍ବପ୍ନ l ଆଦିବାସୀ ହୋଇଥିଲେ ମଧ୍ଯ ପରିବାର ସଦସ୍ୟଙ୍କ ନାମରେ ଜମିପଟ୍ଟା ନଥିବା ଯୋଗୁଁ ଦୁଇ ଝିଅଙ୍କ ତହସିଲ ତରଫରୁ ଜାତି ପ୍ରମାଣପତ୍ର ହାସଲ କରି ପାରୁ ନଥିଲେ l ଦୁଇ ଝିଅଙ୍କୁ ବିନା ଜାତି ପ୍ରମାଣପତ୍ରରେ ସ୍କୁଲ, କଲେଜରେ ପାଠ ପଢ଼ାଇବାକୁ ବାଧ୍ୟ ହୋଇଥିଲେ l ଝିଅଙ୍କ ଭବିଷ୍ୟତକୁ ନେଇ ମା ସୁରଧି ବେଶ୍ ଚିନ୍ତିତ l ଜଣେ ମା ହିସାବରେ ପରିବାରର ଆର୍ଥିକ ସମସ୍ୟା ଏବଂ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ କଠିନ ପରିଶ୍ରମ କରୁଛନ୍ତି l ନିଜର ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇ ସେମାନଙ୍କୁ ରୋଜଗାରକ୍ଷମ କରାଇବା ତାଙ୍କରି ଲକ୍ଷ୍ୟ l ବର୍ଷକ ତଳେ ଏମାନଙ୍କର ଜାତିଗତ ପ୍ରମାଣପତ୍ର ପାଇବାରେ ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ ହୋ ସମାଜର ଆଗ ଧାଡ଼ିର ସାମାଜିକ କର୍ମୀ ମନୋରଂଜନ ତିରିଆ l ଏହାପରେ ମଞ୍ଜୁ ଏବଂ ରାକ୍ଷୀଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇଁ ସହଯୋଗର ହାତ ବଢ଼ାଇଥିଲେ ମନୋରଂଜନ l ଜାତି ପ୍ରମାଣପତ୍ର ବାହାରିଲା ବେଳକୁ ମଞ୍ଜୁ ଝାରପୋଖରିଆସ୍ଥିତ ସୀମାନ୍ତ ଡ଼ିଗ୍ରୀ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ସାରିଥିଲେ l ଚଳିତ ବର୍ଷ ତାଙ୍କରି ସାନଝିଅ ରାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନ ପରୀ୍ଷା ଦେଇଛନ୍ତି l ରାଇରଙ୍ଗପୁରଠାରେ ଅନୁଷ୍ଠିତ ଜାତୀୟ ହୋ ଗାଲାଙ୍ଗ ଜୁମୁର୍ ଉତ୍ସବରେ ମା’ ସୁରଧି ଏବଂ ଝିଅ ମଞ୍ଜୁ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି l ଜାତୀୟ ହୋ ଗାଲାଙ୍ଗ ଜୁମୁର ପରି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପାଇ ମଞ୍ଜୁ ଅତ୍ୟନ୍ତ ଭାବବିହଳ ହୋଇ ପଡ଼ିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

masiha

ପେଟ ଫୁଲୁଛି ଅସ୍ୱାଭାବିକ ଭାବେ:ଚିକିତ୍ସା ପାଇଁ ଅର୍ଥ ବାଧକ 

Sunil Chandra Nayak

Leave a Comment

error: Content is protected !!