ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

 ମୟୂରଭଞ୍ଜ ୩/୪: // ରାଇରଙ୍ଗପୁର ସହର ଅଁଳାଡୁବାର ହୋ ଜାତିର ଜଣେ ଆଦିବାସୀ ମହିଳା ସୁରଧି ହେମ୍ବ୍ରମ l ଦିନ ମଜୁରୀ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି l ନିଜେ ଆଦୌ ସ୍କୁଲ ଦ୍ଵାର ମାଡ଼ି ନାହାନ୍ତି ସତ, କିନ୍ତୁ ନିଜର ଦୁଇ ଝିଅ ମଞ୍ଜୁ ଏବଂ ରାକ୍ଷୀଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ କଠିନ ପରିଶ୍ରମ କରୁଛନ୍ତି l ସେମାନଙ୍କ ଭବିଷ୍ୟତ ପାଇଁ ଦେଖୁଛନ୍ତି ଅନେକ ସ୍ବପ୍ନ l ଆଦିବାସୀ ହୋଇଥିଲେ ମଧ୍ଯ ପରିବାର ସଦସ୍ୟଙ୍କ ନାମରେ ଜମିପଟ୍ଟା ନଥିବା ଯୋଗୁଁ ଦୁଇ ଝିଅଙ୍କ ତହସିଲ ତରଫରୁ ଜାତି ପ୍ରମାଣପତ୍ର ହାସଲ କରି ପାରୁ ନଥିଲେ l ଦୁଇ ଝିଅଙ୍କୁ ବିନା ଜାତି ପ୍ରମାଣପତ୍ରରେ ସ୍କୁଲ, କଲେଜରେ ପାଠ ପଢ଼ାଇବାକୁ ବାଧ୍ୟ ହୋଇଥିଲେ l ଝିଅଙ୍କ ଭବିଷ୍ୟତକୁ ନେଇ ମା ସୁରଧି ବେଶ୍ ଚିନ୍ତିତ l ଜଣେ ମା ହିସାବରେ ପରିବାରର ଆର୍ଥିକ ସମସ୍ୟା ଏବଂ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ କଠିନ ପରିଶ୍ରମ କରୁଛନ୍ତି l ନିଜର ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇ ସେମାନଙ୍କୁ ରୋଜଗାରକ୍ଷମ କରାଇବା ତାଙ୍କରି ଲକ୍ଷ୍ୟ l ବର୍ଷକ ତଳେ ଏମାନଙ୍କର ଜାତିଗତ ପ୍ରମାଣପତ୍ର ପାଇବାରେ ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ ହୋ ସମାଜର ଆଗ ଧାଡ଼ିର ସାମାଜିକ କର୍ମୀ ମନୋରଂଜନ ତିରିଆ l ଏହାପରେ ମଞ୍ଜୁ ଏବଂ ରାକ୍ଷୀଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇଁ ସହଯୋଗର ହାତ ବଢ଼ାଇଥିଲେ ମନୋରଂଜନ l ଜାତି ପ୍ରମାଣପତ୍ର ବାହାରିଲା ବେଳକୁ ମଞ୍ଜୁ ଝାରପୋଖରିଆସ୍ଥିତ ସୀମାନ୍ତ ଡ଼ିଗ୍ରୀ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ସାରିଥିଲେ l ଚଳିତ ବର୍ଷ ତାଙ୍କରି ସାନଝିଅ ରାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନ ପରୀ୍ଷା ଦେଇଛନ୍ତି l ରାଇରଙ୍ଗପୁରଠାରେ ଅନୁଷ୍ଠିତ ଜାତୀୟ ହୋ ଗାଲାଙ୍ଗ ଜୁମୁର୍ ଉତ୍ସବରେ ମା’ ସୁରଧି ଏବଂ ଝିଅ ମଞ୍ଜୁ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି l ଜାତୀୟ ହୋ ଗାଲାଙ୍ଗ ଜୁମୁର ପରି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପାଇ ମଞ୍ଜୁ ଅତ୍ୟନ୍ତ ଭାବବିହଳ ହୋଇ ପଡ଼ିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

Sunil Chandra Nayak

ପୋଖରୀ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!