ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଅତିରିକ୍ତ ଏସ୍ ପି ପ୍ରଭାତ ବିଶ୍ବାଳଙ୍କ ଦୁଇଟି ସମ୍ମାନଜନକ ପଦକ ହାସଲ 

ଢେଙ୍କାନାଳ ଅତିରିକ୍ତ ଏସ୍ ପି ପ୍ରଭାତ ବିଶ୍ବାଳଙ୍କ ଦୁଇଟି ସମ୍ମାନଜନକ ପଦକ ହାସଲ 

ଢେଙ୍କାନାଳ: ତା.୦୩.୦୪.୨୦୨୪ ରିଖ: //ଚଳିତ ବର୍ଷ (୨୦୨୪-୨୫) ପାଇଁ ସମ୍ମାନଜନକ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ବିଶ୍ବାଳ। ତତ୍ ସହିତ ଉତ୍କର୍ଷ ଧର୍ତ୍ତବ୍ୟ ଅପରାଧର ଅନୁସନ୍ଧାନ ପାଇଁ ତାଙ୍କୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଚଳିତ ବର୍ଷ ଅପ୍ରେଲ ୦୧ ତାରିଖ ଦିନ କଟକ ବକ୍ସି ବଜାର ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଶ୍ରୀଯୁକ୍ତ ବିଶ୍ଵାଳ ଏହି ମୂଲ୍ୟବାନ ପଦକ ଦ୍ବୟ ଆରକ୍ଷୀ ମହା ନିର୍ଦ୍ଦେଶକଙ୍କଠାରୁ ଗ୍ରହଣ କରିଛନ୍ତି।ପ୍ରକାଶଥାଉକି ଶ୍ରୀ ବିଶ୍ଵାଳ ପୂର୍ବରୁ ଭଦ୍ରଖ, ମୟୂରଭଞ୍ଜ,ରାଉରକେଲା,ସୁନ୍ଦରଗଡ଼, ଯାଜପୁର ଜିଲ୍ଲାରେ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଶ୍ରୀ ବିଶ୍ଵାଳ କେବଳ ଜଣେ ସୁଦକ୍ଷ,କର୍ମଠ,ସଫଳ ଆଇନ୍ ରକ୍ଷାକାରୀ ପୋଲିସ୍ ଅଫିସର୍ ନୁହନ୍ତି ସେ ଏକାଧାରରେ ଜଣେ ସାହିତ୍ୟ ଅନୁରାଗୀ,ବିଜ୍ଞାନ ମନସ୍କ ଲେଖକ,ପ୍ରାବନ୍ଧିକ,କବି ,ସୁସାହିତ୍ୟିକ, ସୁବକ୍ତା,ସେ ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ, ସ୍ନେହୀ ,ଉଦାରବାଦୀ, ପରୋପକାରୀ,ଜଣେ ନିଷ୍ଠାପର କର୍ମଜୀବୀ, ଧର୍ମପ୍ରାଣ ହେତୁବାଦୀ ବିଜ୍ଞାନମନସ୍କ ପ୍ରବାଦ ପୁରୁଷ ଭାବରେ ଅନାକୃତିକୁ ଆକୃତି,ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ଓ ଦରଦୀ ହୃଦୟର ମଣିଷ ଭାବରେ ନିଜ ପ୍ରତିଭାର ଅପୂର୍ବ ପରିଚୟ ପ୍ରଦାନ କରି ସର୍ବ ଜନାଦୃତ ହୋଇପାରିଛନ୍ତି। ତାଙ୍କୁ ଯେ ଦେଖିଛି ତାଙ୍କ ସହିତ ଯେ ଅନ୍ତରଙ୍ଗ ଭାବରେ ମିଶିଛି ସେ କେବଳ ଚିହ୍ନି ପାରିବ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ସଦ୍ ଗୁଣାବଳୀ ସବୁକୁ,ସେ କେବଳ କଳି ପାରିବ ତାଙ୍କର ଜ୍ଞାନର ପରିସୀମାକୁ ଓ ଅନୁଭବ କରିପାରିବ ଆଜିର ଦୁନିଆରେ ହଜି ହଜି ଯାଉଥିବା ମଣିଷପଣିଆକୁ । ଶ୍ରୀ ବିଶ୍ବାଳଙ୍କର ଏହି ଦୁଇଟି ସମ୍ମାନଜନକ ପଦକ ହାସଲ ପାଇଁ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କ ସମେତ ଓଡ଼ିଶା ପୋଲିସ୍ ବିଭାଗର ସମସ୍ତ ସହଯୋଗୀ କର୍ମଚାରୀ ବୃନ୍ଦ,ଶିକ୍ଷାବିତ୍ ଡ.ପୁଷ୍ପଲତା ରଥ,ଅଧକ୍ଷ ଲକ୍ଷ୍ମଣ କୁମାର ସାହୁ,ପୋଲିସ୍ କ୍ୟାଡେଟ୍ ଦାୟିତ୍ୱରେ ଥିବା ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର,ଡା. ଅନୁପମ ଦେବାଶିଷ ମିଶ୍ର ପ୍ରମୁଖ ଅନେକ ଅନେକ ଶୁଭେଚ୍ଛୁ ଶୁଭ ଅଭିନନ୍ଦନ,ଢେର୍ ସାରା ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ଜଣାଇଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ମହାମାୟା କଲେଜରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

masiha

କାମ ର ମାସେ ନଯାଉଣୁ ପୂର୍ତ୍ତ ବିଭାଗ ରାସ୍ତା ଫାଟି ଆଁ,ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ସାଙ୍ଗକୁ କାମକୁ ଚୋରା ମୋରମ ବ୍ୟବହୃତ ଅଭିଯୋଗ 

masiha

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!