ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ଵର,୧୫/୯/୨୩ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଅଧିନରେ ଡୁଙ୍ଗୁରା, ଗରସଙ୍ଗ, ଅନ୍ତରା, ସେକ୍ଟରରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଇରା ବ୍ଲକର ସମନ୍ୱିତ ମହିଳା ଶିଶୁ ବିକାଶ
ପ୍ରକଳ୍ପ ଅଧିକାରିଣୀ ନଳିନୀ କୁମାରୀ ମହାରଣା, ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ ପରିଦର୍ଶିକା ରଶ୍ମିରେଖା ପୃଷ୍ଟି, ଅନ୍ତରା ସେକ୍ଟର ପରିଦର୍ଶିକା ସୁଷମା ପଣ୍ଡା ଓ ମମତା ପ୍ରକଳ୍ପ ସହକାରୀ ଲଳିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ହେଲପର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଶ୍ରୀମତୀ ମହାରଣା କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳା, ପ୍ରସ୍ତୁତି ମହିଳା, ଶିଶୁ ଏବଂ ପରିବାରର ସମସ୍ତଙ୍କୁ ସୁପୋଷଣ ବିଷୟରେ ସଚେତନତା
କରାଇଥିଲେ । ଶିଶୁ ମୃତ୍ୟୁ ହାର ରୋକିବା ଦିଗରେ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଦଖିଆ, ଅନ୍ନପ୍ରଶନ୍ନ ଓ କନ୍ୟା ସନ୍ତାନ ୬ ଜଣଙ୍କୁ ପ୍ରକଳ୍ପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମହାକାର୍ଯ୍ୟକ୍ରମ ୧ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସୁପେଷିତ ଭାରତ, ସ୍ବାକ୍ଷର ଭାରତ, ସଶକ୍ତି ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଆୟୋଜକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଖଇରା ବାଲେଶ୍ଵର ଦ୍ଵାରା ବିଭିନ୍ନ ସେକ୍ଟର ମାଧ୍ୟମରେ ଅନୁଷ୍ଠିତ ହେଉଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ


