ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

ନବରଙ୍ଗପୁର, ( ମସିହା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ରେଶମଲାଲ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ରାୟ, C.R.C.C., ବିଦ୍ୟାଳୟ ଶିକ୍ଷକ ଏବଂ ପାରା ଲିଗାଲ ସଦସ୍ୟଙ୍କ ମିଳିତ ଉଦ୍ୟମରେ ୬୩ ଛାତ୍ରଛାତ୍ରୀଙ୍କୁ State Institution of Open Schooling ରେ 2023-24 ଶିକ୍ଷା ବର୍ଷରେ ଦଶମ ପରୀକ୍ଷ୍ୟା ପାଇଁ ନାମାଙ୍କନ କରାଯାଇଛି ଏବଂ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଶିଷ୍ଠ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଖୁବଶୀଘ୍ର ଫେରେଇଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରିରହିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ସୂଚନା ପ୍ରଦାନ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!