ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

ଡାବୁଗାଁ, ୨୦/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ଜଣେ ଯୁବକ ନିଜ ଗାମୁଛା ବେକରେ ବାନ୍ଧି ଗୁରୁବାର ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମର ମଙ୍ଗଳୁ କଲାର ଙ୍କ ବଡ ପୁଅ ଥବୀର କଲାର (୩୫) ଜଣେ ମାନସିକ ରୋଗୀ ଥିଲେ | ଗତ ୮ ମାସ ତଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା କରିଥିଲେ | ପରେ ସେ ସୁସ୍ଥ ଥିଲେ ପୁଣି କିଛି ଦିନ ହେଲା ଥବୀର ଙ୍କର ଉକ୍ତ ରୋକ ବାହାରିଥିଲା | ଗୁରୁବାର ଦିନ ମଧ୍ୟାନ୍ନ ୧୨ ଘ. ସମୟରେ ଖାଦ୍ୟ ଖାଇ ଘରେ ଥିଲା | ପରେ ଘରୁ ବାହାରି ଯାଇଥିଲା | ଗ୍ରାମ ପାଖ ରେ ଥିବା ନିଜ ଜମିରେ ଏକ କାଜୁ ଗଛରେ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲା | ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଦେଖିଥିଲେ ଯେ ଥବୀର ଆତ୍ମହତ୍ୟା କରିଛି | ଏନେଇ ଗୁରୁବାର ସନ୍ଧ୍ୟାରେ ମୃତକର ସାନ ଭାଇ ଧନୁର୍ଜୟ କଲାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳ କୃଷ୍ଣ ହାଲୱା ଶୁକ୍ରବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସନାତନ ସ୍ମୃତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

ସ୍ୱଦେଶୀ ଜାଗରଣ ମଞ୍ଚ ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!