ହରଗଡା ବନ ସୁରକ୍ଷା ସମିତି ବନପାଳଙ୍କ ମହାଦୁର୍ନିତି ନେଇ ଅଭିଯୋଗ; ବିନା କାମରେ ୯୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ
ମୟୂରଭଂଜ – ୨୯/୧୦ — ଵନଵିଭାଗରେ ମହାଦୁର୍ନିତି ନେଇ ଅଭିଯୋଗ ଆଣିଲେ ଵନସୁରକ୍ଷା ସମିତିର ସଭାପତି ଓ କୋଷାଧ୍ୟକ୍ଷ ।ଅକ୍ଟୋବର ୨୭ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ସରକାରୀ କାର୍ଯ୍ଯାଳୟରେ ଦୁର୍ନୀତି ଵିରୋଧ ରେ ଦୁର୍ନିତି ନିବାରଣ ସପ୍ତାହ ଚାଲିଛି ।ମୁଖ୍ଯମନ୍ତ୍ରୀ ଏହି ଉଦ୍ଦେଶ୍ୟରେ ଦୁର୍ନିତଖୋର ସରକାରୀ କର୍ମଚାରୀ ମାନଙ୍କୁ କୌଣସି ପ୍ରକାର ଛଡାଯିବ ନାହିଁ ,ଘୋଷଣା କରିଛନ୍ତି ।ଅପରପକ୍ଷରେ ରାଜ୍ଯଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ବନ କର୍ମଚାରୀମାନଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହିବା ପାଇଁ ବିଭାଗୀୟ କର୍ମଚାରୀମାନଙ୍କୁ ତାଗିଦ୍ କରିଛନ୍ତି ।ଯଦି କେହି ଦୁର୍ନିତି ରେ ଲିପ୍ତ ରୁହନ୍ତି ତଥ୍ୟ ମିଳିଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।କିନ୍ତୁ ବନ ବିଭାଗର ଦୁର୍ନିତି ର ଚେର ବହୁତ ତଳକୁ ଯାଇଛି ।ଯାହାକି ଉପାଡିଲେ ବି ଛିଡିବ ନାହିଁ ।ଏଭଳି ଦୁର୍ନିତି ର ଚେର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଵହଳଦା ବନାଞ୍ଚଳ ଅନ୍ତର୍ଗତ ଯାମଦା ବ୍ଳକର ତେଣ୍ଡରା ପଞ୍ଚାୟତର ହରଗଡା ବନ ସୁରକ୍ଷା ସମିତିରେ ଘଟିଥିବା ଖୋଦ୍ ବନ ସୁରକ୍ଷା ସମିତିର ସଭାପତି ଶୀତଳ ସୋରେନ ଏବଂ କୋଷାଧ୍ୟକ୍ଷ ଗଣମାଧ୍ୟମ ସମ୍ମୁଖରେ ଦୁଃଖର ସହ କହିଛନ୍ତି ।ପାହାଡ଼ ସନ୍ନିକଟ ଗ୍ରାମ ଗୁଡିକରେ ଵନ ସୁରକ୍ଷା ସମିତି ବନ ବିଭାଗ ତରଫରୁ କରାଯାଇଛି । ସେମାନଙ୍କର କାମ ହେଲା ଜଙ୍ଗଲ ସୁରକ୍ଷା,ଜୀବଜନ୍ତୁ ରକ୍ଷା,ଵନପୋଡି ରକ୍ଷା କରିବା ।ସେମାନଙ୍କ ଆର୍ଥିକ ବିକାଶ ତଥା ଜୀବନ ଜୀବିକାର ଉନ୍ନତି ପାଇଁ ବନ ସୁରକ୍ଷା ସମିତି ଗଢା ଯାଇଛି ।ସେଥିରେ ଗ୍ରାମର ଲୋକେ ସଭାପତି,ସଂପାଦକ,କୋଷାଧ୍ୟକ୍ଷ,ଵନପାଳ,ଏବଂ ଅନ୍ୟ ସଦସ୍ୟ ବୃନ୍ଦ ରୁହନ୍ତି । ପାଶବୁକ୍ ଆକାଉଣ୍ଟ ବନପାଳ ଏବଂ କୋଷାଧ୍ୟକ୍ଷ ନାମରେ ଖୋଲା ହୋଇଥାଏ ।ବନବିଭାଗ ତରଫରୁ ବନ ସୁରକ୍ଷା ସମିତି ଜରିଆରେ ବିଭିନ୍ନ ଉନ୍ନୟନ,ଜୀବନ ଜୀବିକା ପାଇଁ ସରକାର ଟଙ୍କା ଦେଇଥାନ୍ତି ।ବନ ସୁରକ୍ଷା ମାଧ୍ୟମରେ ରିଜୋଲ୍ଯୁସନ କରାଯାଇ କାମ କରାଯାଇଥାଏ ।କିନ୍ତୁ ଵହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଳକର ତେଣ୍ଡାରା ପଞ୍ଚାୟତର ହରଗଡା ଗ୍ରାମର ବନ ସୁରକ୍ଷା ସମିତି ନାମରେ ୯୭ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ବନ ସୁରକ୍ଷା ସମିତି କୁ ନ ଜଣାଇ ବନପାଳ ମନୋରଞ୍ଜନ ମହାନ୍ତ ନିଜ ସମ୍ପର୍କୀୟ ନାମରେ ଉଠାଇ ନେଇଛନ୍ତି ।କୌଣସି କାମ କରା ଯାଇନାହିଁ ।ରିଜୋଲ୍ଯୁସନ ଖାତାରେ କରିତକର୍ମା ବନପାଳ ବନ ସୁରକ୍ଷା ସମିତିର ସଭାପତି,ସଂପାଦକ ଏବଂ କୋଷାଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କ ମିଥ୍ୟା ଦସ୍ତଖତ କରି ଟଙ୍କା ଚଳୁ କରି ଦେଇଛନ୍ତି ।କୌଣସି ସୂତ୍ରରୁ ତଦନ୍ତ କରି ବନ ସୁରକ୍ଷା ସମିତିର ସଦସ୍ୟମାନେ ବ୍ୟାଙ୍କ ଷ୍ଟେଟମେଣ୍ଟ କାଢି ଏହି ବିଷୟରେ ଅବଗତ ହେଲେ ।ଏହାକୁ ନେଇ ବନପାଳ ମନୋରଞ୍ଜନ ମହାନ୍ତଙ୍କୁ ଫୋନରେ ପଚାରିବାରୁ ସେ କହିଲେ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି,ଏସିଏଫ ଏବଂ ଡିଏଫଓଙ୍କୁ ଶତକଡା ୪୦ ପର୍ସେଣ୍ଟ ପିସି ଦିଆଯାଉଛି । ଏଭଳି ପିସି କାରବାର ପୂର୍ତ୍ତବିଭାଗ ,ଜଳସେଚନ ବିଭାଗ,ବ୍ଳକ,ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ପାନୀୟ ଜଳ ବିଭାଗର ହୁଏ ନାହିଁ ।ଏହା ଏକ ରେକର୍ଡ଼ ଅଟେ । ଶିମିଳିପାଳ ଉନ୍ନୟନ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି ସୋଇଥିବା ଗଣ ମାଧ୍ୟମରେ ପ୍ରକାଶ ହୋଇଛି ।ଯାହାକି ସେମାନେ ଫୋନ୍ କଲ୍ ରେକର୍ଡିଂ କରି ରଖିଛନ୍ତି ।ଏହାକୁ ନେଇ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ମାନେ ଡିଏଫଓ ସୁବ୍ରତ ପାତ୍ରଙ୍କୁ ମହା ଦୁର୍ନୀତିକୁ ନେଇ ସାକ୍ଷାତ କରିବା ସହ ଲିଖିତ ଅଭିଯୋଗ କରିବାପରେ ସେ ଘଟଣାକୁ ଏଡାଇ ଯାଇଥିଲେ ।ସେ ଦୁର୍ନିତିଖୋର କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଦୁର୍ନିତି ଖୋର କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ।ବାଡ଼ ଯଦି କ୍ଷେତ ଖାଇବ ସେଠି କ’ଣ କରାଯିବ ।ଏହି ଅଭିଯୋଗକୁ ନେଇ ରାଇରଙ୍ଗପୁର ମହତାବ ଭବନ ପରିସରରେ ନିକଟରେ ହୋଇଥିବା ଵନାଞ୍ଚଳ ସମୀକ୍ଷା ବୈଠକ ୨୦୨୫କୁ ହରଗଡା ବନ ସୁରକ୍ଷା ସମିତିରସଦସ୍ଯ ମାନଙ୍କୁ ଡକାଯାଇ ନଥିଲା। ଘଟଣାକୁ ନେଇ ହରଗଡା ବନ ସୁରକ୍ଷା ସମିତିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ବିଷୟରେ ସେମାନେ ଜିଲ୍ଲାପାଳ,ଜଙ୍ଗଲ ପରିବେଶ ମନ୍ତ୍ରୀ ଇଂଗଣେଶ ରାମ ସିଂ ଖୁଣ୍ଟିଆ,ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିବା ସହ ସଠିକ ତଦନ୍ତ କରି ଦୁର୍ନିତିଖୋର ବନ କର୍ମଚାରୀ ଏବଂ ଅଧିକାରୀଙ୍କ ଉପରେ କଠୋରକାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ଦୁର୍ଗମ,ଜଙ୍ଗଲ,ବନ ପାହାଡ ଘେରା ଲୋକଙ୍କର ଉନ୍ନତି ହୋଇ ପାରୁନାହିଁ । ବିକାଶ ସ୍ବପ୍ନ ସୋଇ ପଡୁଛି ।ଦେଖିବାକୁ ବାକି ରହିଲା ଏହି ଘଟଣାର ତଦନ୍ତ କେବେ ହେବ !
ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

