ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେମାଘାଇ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଜେମାଘାଇ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଆସିକା,୧0/୮/୨୫ — ଧରାକୋଟ ବ୍ଲକର ରୁଗୁମୁ ଗାଁରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜେମାଘାଇ ରେ ଅସାବଧାନତା ବଶତଃ ଖସି ପଡ଼ି ସେହି ଗ୍ରାମର ହରିଜନ ସାହି ବାସିନ୍ଦା ତ୍ରିନାଥ ନାଇକ ଙ୍କ ପୁତ୍ର କୁମର ନାୟକ 60 ଙ୍କର ମୃତ୍ୟୁ ଘଟିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଗାଧୁଆ ପାଧୁଆ କାର୍ଯ୍ୟ ସମ୍ପନ୍ନ ପାଇଁ ସେ ଘାଇ କୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନେଫରିବାରୁ ଘର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ଶନିବାର ସକାଳୁ ଘାଇ ଭିତରେ ଜଣେ ଲୋକର ଶବ ଭାସୁଥିବା ଦେଖି ଲୋକେ ଧରାକୋଟ ଦମକଳ ବାହିନୀ ଓ ବଡଗଡ ଥାନାକୁ ଖବର ଦେଇଥିଲେ । ଦମକଳ ବାହିନୀ ଶବଟିକୁ ଉଦ୍ଧାର କରିବା ପରେ ତାହା କୁମର ଙ୍କର ବୋଲି ଜଣାପଡିଥିଲା । ବଡଗଡ ପୋଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ଆସିକା ରି ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

କୋଶଳୀ କବି ଶ୍ରୀଧର ସୁନା ଙ୍କ ପତ୍ନୀ ବିୟୋଗ 

Sunil Chandra Nayak

ବନ୍ଧୁଗାଁ ବ୍ଲକର ସମସ୍ର ପ୍ରକାର ଶ୍ରମିକ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକଙ୍କ ସୁବିଧା ସୁଯୋଗ ପାଇବାରୁ ବହୁ ପଛରେ

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

Leave a Comment

error: Content is protected !!