ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେମାଘାଇ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଜେମାଘାଇ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଆସିକା,୧0/୮/୨୫ — ଧରାକୋଟ ବ୍ଲକର ରୁଗୁମୁ ଗାଁରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜେମାଘାଇ ରେ ଅସାବଧାନତା ବଶତଃ ଖସି ପଡ଼ି ସେହି ଗ୍ରାମର ହରିଜନ ସାହି ବାସିନ୍ଦା ତ୍ରିନାଥ ନାଇକ ଙ୍କ ପୁତ୍ର କୁମର ନାୟକ 60 ଙ୍କର ମୃତ୍ୟୁ ଘଟିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଗାଧୁଆ ପାଧୁଆ କାର୍ଯ୍ୟ ସମ୍ପନ୍ନ ପାଇଁ ସେ ଘାଇ କୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନେଫରିବାରୁ ଘର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ଶନିବାର ସକାଳୁ ଘାଇ ଭିତରେ ଜଣେ ଲୋକର ଶବ ଭାସୁଥିବା ଦେଖି ଲୋକେ ଧରାକୋଟ ଦମକଳ ବାହିନୀ ଓ ବଡଗଡ ଥାନାକୁ ଖବର ଦେଇଥିଲେ । ଦମକଳ ବାହିନୀ ଶବଟିକୁ ଉଦ୍ଧାର କରିବା ପରେ ତାହା କୁମର ଙ୍କର ବୋଲି ଜଣାପଡିଥିଲା । ବଡଗଡ ପୋଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ଆସିକା ରି ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ 

masiha

ଜନପ୍ରତିନିଧିଙ୍କ ସହିତ ବିଡ଼ିଓ ଆଲୋଚନା କଲେ ସମାଧାନ ବାଟ ଫିଟିଲା /ବିଜାତଳା ବ୍ଲକ ର ତାଲା ଖୋଲା ଗଲା /ପାଣ୍ଠି ଭାଗବଣ୍ଟା ର ସମାଧାନ ପରେ ଖୋଲା ଗଲା ତାଲା 

Sunil Chandra Nayak

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

masiha

Leave a Comment

error: Content is protected !!