ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଳୀ କବି ଶ୍ରୀଧର ସୁନା ଙ୍କ ପତ୍ନୀ ବିୟୋଗ 

କୋଶଳୀ କବି ଶ୍ରୀଧର ସୁନା ଙ୍କ ପତ୍ନୀ ବିୟୋଗ 

ରାଉରକେଲା: ପଶ୍ଚିମ ଓଡ଼ିଶା ତଥା ସହରର ଜଣାଶୁଣା କୋଶଳୀ କବି ଶ୍ରୀଧର ସୁନା ଙ୍କ ପତ୍ନୀ ସୁଲୋଚନା ସୁନା(୫୭) ଙ୍କ ବିୟୋଗ ଘଟିଛି। ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସୁଲେକେଲା ଗ୍ରାମ ର ସୁଲୋଚନା ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମର ରେ ପିଡୀତ ରହି ବୁର୍ଲା ଠାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତି ୨ଟା ୧୦ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଦୁଇ ଝିଅ ମଧ୍ୟରୁ ଜଣେ ବିବାହ କରିଥିବା ବେଳେ ଅନ୍ୟ ଜଣେ ଅବିବାହିତ ଅଛନ୍ତି। ସୁଲୋଚନା ଜଣେ ଧର୍ମ ପରାୟଣ ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁରେ ରାଉରକେଲା ର ଆଇଜିଏଚ କଲୋନୀ ଓ ତାଙ୍କ ପୈତୃକ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତେବେ ତାଙ୍କର ମୃତ୍ୟୁ ଖବର ପାଇ ସହରର ବିଶିଷ୍ଟ କବି କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ କୁମାର ପତି,ସସ୍ମିତା ପ୍ରଧାନ, ବିଜୟିନୀ ଜେନା, ସୁସ୍ମିତା ମହାପାତ୍ର,ଆର୍ତ୍ତତ୍ରାଣ ମହାପାତ୍ର, ଅକ୍ଷୟ ସାମଲ, ପ୍ରତାପ କୁମାର ପଣ୍ଡା,ଧୋବେଇ ବେହେରା, ନୃସିଂହ ଚରଣ ବିଶ୍ବାଳ, ଅଭିରାମ ପ୍ରଧାନ, ଅଶୋକ ରାଉତ,ଗୈ।ତମ ଦାସ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜ୍ଞାପନ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ 

masiha

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

Sunil Chandra Nayak

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ରାୟଗଡ଼ା ଗସ୍ତ

masiha

Leave a Comment

error: Content is protected !!