ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

ମୟୂରଭଞ୍ଜ – ୨୭/୦୫ — ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି ।ଵିଶେଷତଃ ଯଶିପୁର – ରାଇରଙ୍ଗପୁର – ତିରିଂ ମଧ୍ୟରେ ଯାଇଥିବା ଏହି ରାସ୍ତାରେ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି ।

ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୯ ନମ୍ବର ଓ୍ବାର୍ଡର ଅଁଳାଡୁବା ଗ୍ରାମର ବାବୁ ମହାନ୍ତିଙ୍କ ପୁଅ ଯୁବକ ଇଞ୍ଜିନିୟର ମିଲନ ମହାନ୍ତି(୨୮) ନିଜ କାମ ସାରି ଵହଳଦା ଆଡ଼କୁ ରାଇରଙ୍ଗପୁର ସହରକୁ ବାଇକରେ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ସହ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ରାସ୍ତାରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତର ଖାନା ଅଣା ଯାଇଥିଲା ।ଗୁରୁତର ଥିବା ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଆମ୍ବୁଲାନ୍ସରେ ନେଉଥିବାବେଳେ ସୋର ପାଖରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୋମବାର ଦିନ ରାଇରଙ୍ଗପୁର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ମୃତ୍ୟୁରେ ଅଁଳାଡୁବାରେ ଶୋକରେ ଛାୟା ଖେଳିଯାଇଛି ।ଜଣେ ମିଷ୍ଟଭାଷୀ , ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ବିଜେପି ରାଜ୍ୟ ସଂପାଦକ ନବିନ ରାମ,ବିଧାୟକ ଜଲେନ ନାଏକ, ଜିଲ୍ଲା ସଂପାଦକ ମନୋଜ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

Leave a Comment

error: Content is protected !!