ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

ମୟୂରଭଞ୍ଜ- ୨୭/୦୫ — ଵହଳଦା ଥାନା ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମର ଜନୈକ ବୃଦ୍ଧ ଙ୍କ ର ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୁରଦା ଯଶିପୁର ଗ୍ରାମର ପୁର୍ଣ ପାତ୍ର (୯୫) ବର୍ଷିୟ ବୃଦ୍ଧ ଶନିବାର ଦିନ ନିଜର ଭତ୍ତା ଆଣିବାକୁ ଯାଇ ଘରୁ ବାହାରି ଆସିଥିଲେ । ଶନିବାର ଦିନ ଘରକୁ ଫେରି ନ ଥିଲେ ।ରବିବାର ଦିନ ଅପରାହ୍ନରେ ଝରାଡିହି ର ଵହଳଦା ରୋଡ଼ ରେଲଓ୍ଵ ଷ୍ଟେସନ ଠାରୁ କିଛି ଦୂରରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ଵହଳଦା ଥାନାରେ ଏକ କେଶ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!