ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ ରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

କଟକ ସବୁଜିମା ର ସ୍ୱର ସାହିତ୍ୟ ପରିବାର ତରଫରୁ ପରିବେଶ ସୁରକ୍ଷା ଏବଂ ପରିବେଶ ବିଜ୍ଞାନରେ ସ୍ଵତନ୍ତ୍ର ଜ୍ଞାନ ପରୀକ୍ଷଣ ପରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସାହିତ୍ୟିକ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ୨୦୨୩ ଅବସରରେ ପୁରସ୍କୃତ । ଦିନର ପ୍ରଥମ ଭାଗରେ ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ , ତେଲେଙ୍ଗା ବଜାର ରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ବରିଷ୍ଠ ଲେଖକ କାମାକ୍ଷା ପ୍ରସାଦ ମହତାବ, ରାଜୁ କିୟାଲ, ପଣ୍ଡିତ ନୀଳକଣ୍ଠ ରାଉତ୍ , ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ବଡୁ, ସମାଜସେବୀ ରାଜ ରାଜେଶ୍ୱରି ରାଜ ନନ୍ଦିନୀ,ସ୍ୱାଗତିକା ବଡୁ, ପ୍ରଭାବତୀ ଦେବୀ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକାକୁ ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ସବୁଜିମା ର ସ୍ୱର ସାହିତ୍ୟ ପରିବାର ର ପ୍ରତିଷ୍ଠାତା ଓ ସମ୍ପାଦକ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପରିବେଶ ବିଜ୍ଞାନ ସମ୍ପର୍କିତ ପ୍ରଶ୍ନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୁଇରୁ ଅଧିକ ସଠିକ୍ ଉତ୍ତର ପ୍ରଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଶା ଗ୍ରିନ୍ନ ଷ୍ଟାର ପୁରସ୍କାର ମାନପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ରେଣୁବାଳା ରଥ, କଲ୍ୟାଣୀ ତ୍ରିପାଠୀ, ଆଦ୍ୟାରଶ୍ମି କାନୁନଗୋ, ଦେବେନ୍ଦ୍ର ରଥ, କାହ୍ନୁ ଚରଣ ନାୟକ, ଅର୍ଚ୍ଚନା ନାୟକ, ସୁନୀତା କାନୁନଗୋ , ସ୍ବପ୍ନା ଦାସ ଏବଂ ରାଜଶ୍ରୀ ଦାସ ଉପସ୍ଥିତି ରହି ସହଯୋଗ କରିଥିଲେ । ଓଡ଼ିଶାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ସବୁଜିମା ର ସ୍ୱର ସାହିତ୍ୟ ପରିବାର ବୃକ୍ଷ ରୋପଣ, ସ୍ବଚ୍ଛତା ଏବଂ ବହୁ ମାତ୍ରାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସବୁଜିମା ବଳୟ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଛି । ବୁଦ୍ଧିଜୀବୀ ଏବଂ ଅଭିଭାବକ ମାନେ ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

ନିମ୍ନ ମାନର କାମ ନୂତନ କିରୋସିନ ଗୋଦାମ କାନ୍ଥ ଦୁଇବର୍ଷ ମଧ୍ୟରେ ଫାଟ 

Sunil Chandra Nayak

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!