ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର
ଆସିକା,୧0/୮/୨୫ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ. ରାମଚନ୍ଦ୍ରପୁର ଠାରେ ମର୍ମଦୁତ କାର ଦୁର୍ଘଟଣା l ତିନି ନାବାଳକଙ୍କ ବେପାରୁଆ ଭାବେ ଗାଡ଼ି ଚାଳନା ବେଳେ ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର l ଦୁଇ ଗୁରୁତର l ଦୁଇ ଗୁରୁତର ହେଲେ ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ ରାମଚନ୍ଦ୍ରପୁର ଗ୍ରାମର ୭୦ ବର୍ଷୀୟ ମହୋନ କର ଓ ବାହାଡ଼ାଗୁଡା ଗ୍ରାମର ୧୫ବର୍ଷୀୟ ସିପୁନି ବିଷୋୟୀ l
ସୂଚନା ଅନୁସାରେ ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ ବାହାଡାଗୁଡା ଗ୍ରାମର ତିନି ନାବାଳକ, ସିପୁନ ବିଷୋୟୀ, ସ୍ଵୟଂ ବିଷୋୟୀ, ଓ କିରଣ ଗୌଡ ବେପାରୁଆ ଭାବେ କାର ଚଲେଇ ମୁଣ୍ଡମରେଇ ଯିବା ସମୟରେ ରାସ୍ତାରେ କଡରେ ଠିଆ ହୋଇଥିବା ୭୦ ବର୍ଷୀୟ ବୃଦ୍ଧ ମୋହନ କରକୁ ଧକ୍କା ଦେଇ କାରଟି ପୁରା ଫିଲ୍ମ ଷ୍ଟାଇଲରେ ଓଲଟିଯାଇଥିଲା l ଘଟଣାରେ କେ ରାମଚନ୍ଦ୍ରପୁର ଗ୍ରାମର ୭୦ ବର୍ଷୀୟ ମହୋନ କର ଓ ବାହାଡ଼ାଗୁଡା ଗ୍ରାମର ୧୫ ବର୍ଷୀୟ ସିପୁନି ବିଷୋୟୀ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ l ମହୋନ କରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁତର ସିପୁନ ଆସିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l
ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

