ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ୍ ସର୍କଲରେ ବିଜୟା ଉତ୍ସବ ପାଳିତ

ମ୍ୟୁଜିକ୍ ସର୍କଲରେ ବିଜୟା ଉତ୍ସବ ପାଳିତ

ରାଉରକେଲା, — ଓଡ଼ିଶାର ଏକ ପୁରାତନ କଳା, ସାହିତ୍ୟ ଓ ସଂସ୍କୃତିର ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆନୁକୂଲ୍ୟରେ ବିଜୟା ଉତ୍ସବ -୨୦୨୫ ସହ ନବୀକୃତ ଶ୍ରେଣୀ ଗୃହ ଉଦ୍ ଘାଟନ ତଥା ଶ୍ରୀ ଶ୍ରୀ ଗଣପତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ରାଉରକେଲାର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାତଃ ଅଧିବେଶନରେ ଗଣପତିଙ୍କ ପ୍ରାଣ ପ୍ରତିଷ୍ଠା ଓ ନବୀକୃତ ଶ୍ରେଣୀଗୃହ ମ୍ୟୁଜିକ୍ ସର୍କଲର ପ୍ରତିଷ୍ଠାତ୍ରୀ ତଥା ସାଧାରଣ ସମ୍ପାଦିକା ଅଳକା ଚାନ୍ଦଙ୍କ କରକମଳରେ ଉଦ୍ ଘାଟିତ ହୋଇଯାଇଛି। ସହ ସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା ଏବଂ ସହଧର୍ମିଣୀ ଅଳକାନନ୍ଦା ପଣ୍ଡା ମନ୍ଦିର ପ୍ରତିଷ୍ଠାରେ ସକ୍ରିୟ ସହଯୋଗ କରିଥିବାବେଳେ ଅଭୟ କୁମାର ଦାସ, ଜୟଶ୍ରୀ ଦାସ ଏବଂ ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବର ସାଂଧ୍ୟ ଅଧିବେଶନକୁ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଶାଖା ଅଧିକାରୀ ଶ୍ରୀ ଅନୁପ ମଲ୍ଲିକ ଉଦ୍ ଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ଯଶୋବନ୍ତ ଜେଠୁଆ ଏବଂ ସମ୍ମାନୀତ ଅତିଥି ଭାବେ ଓ୍ବାଟର କ୍ରାଫ୍ଟ ସଲ୍ୟୁସନର ଅଧ୍ୟକ୍ଷା ଶ୍ରୀମତୀ ନିହାରିକା ବସ୍ତିଆ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ବ ତଥା ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ. ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ପରିଶେଷରେ ମ୍ୟୁଜିକ ସରକଲର ଛାତ୍ର ଛାତ୍ରୀ ତଥା ସ୍ପ୍ରିଂ ଭେଲି ନର୍ସରୀ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ ବିଚିତ୍ରାରେ ନୃତ୍ୟ ପରିବେଷଣ କରି ଥିଲେ। ଗୁରୁ ଶ୍ରୀ ବାବାଜୀ ଚରଣ ବିଶ୍ବାଳ, ବିଭୁତି ଭୂଷଣ ପତି, ବି.ଚନ୍ଦ୍ରଶେଖର ରାଓ, ସୁଦେଷ୍ଣା ରାଣୀ ରାଉତ, ଅନିନ୍ଦିତା ମାଇତି, ରିତୁ ରାୟ, ଗୁଡ଼ିଆ କଂସାରୀ, ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ସହାୟତା କରିଥିବାବେଳେ ମହେନ୍ଦ୍ର କୁମାର ପଟ୍ଟନାୟକ, ରାକେଶ କୁମାର ସିଂହ, ନିଖିଳେଶ୍ବର ଦାଶ, ମାନସ ମହାନ୍ତି, କିଶୋର ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡ. କିଶୋରୀ ଦାଶ, ସଂଧ୍ୟା ଲାକ୍ରା, ଦୀପକ, ବାପିନା ଦେବ, ତୁଳସୀ ବଲ୍ଲଭ ଦାଶ, ବାବୁ ଖାନ୍, ସଞ୍ଜୟ ଷଡ଼ଙ୍ଗୀ, ପ୍ରଭାତ ଲେଙ୍କା ପ୍ରମୁଖ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ,  ଘଟଣା ସ୍ଥଳରେ ଯୁବତୀ ମୃତ୍ୟୁ ଓ ଦୁଇ ଜଣ ଗୁରୁତର, ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଜଣେ ଗୁରୁତର ଙ୍କୁ ନିଜ ଆମ୍ବୁଲାନ୍ସ ଆଣି  କୋରାପୁଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଲେ     

Sunil Chandra Nayak

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!