ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜେ କେ ପୁର କୁ ହରାଇ ବ୍ରହ୍ମପୁର ବିଜୟୀ 

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜେ କେ ପୁର କୁ ହରାଇ ବ୍ରହ୍ମପୁର ବିଜୟୀ 

ଜୁନାଗଡ଼୨୦/୧୨(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ ଜେ କେ ପୁର ଟସ ଜିତି ବୋଲିଂ ନିଷ୍ପତି ନେଇ ଥିଲେ l ବ୍ରହ୍ମପୁର ବେଟିଙ୍ଗ କରି ୨୦ଓଭର ରେ ୨୧୨ରନ ସଂଗ୍ରହ କରିଥିଲେ l ଜବାବ ରେ ଜେ କେ ପୁର ୧୬ ଓଭର ୩ ବଲ ରେ ସବୁ ଉଇକେଟ ହରାଇ ମାତ୍ର ୧୨୭ ରନ କରି ପରାଜୟ ହୋଇଥିଲେ l ମେନ ଅଫ ଦି ମ୍ୟାଚ ରୋହିତ ସାଗର ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ଏକ୍ସ ମିଲିଟାରୀ ସଙ୍ଘ ସଭାପତି ମଧୁସୂଦନ ପଣ୍ଡା ସମ୍ପାଦକ ଡି ଏଲ ମୁଣ୍ଡ ନୀଳକଣ୍ଠ ରାଉତ ଅଜୟ ପ୍ରହରାଜ ରଶ୍ମି ନାଏକ ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର,କୋ ଓପରଟିଭ ବ୍ୟାଙ୍କ ସଭାପତି ଗିରିଶ ବେହେରା ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ,ସନ୍ତୋଷ ପୃଷ୍ଟି ନେଇଥିଲେ l ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ l ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ l ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଚିପ ଏକ୍ସଜିକୁଟିଭ ସମୀର ସାହୁ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ ପାରିଷଦ ସଚିନ ଅନ୍ଧାନୀ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ୨୧ ତାରିକ ବ୍ରହ୍ମପୁର ସହ ନବରଙ୍ଗପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

India Emerges Victorious in Bilateral ODI Deaf Cricket Series against Sri Lanka.

masiha

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!