ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରିଜୋନାଲ କ୍ଲବ କନ୍ଦରପୁର ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ରିଜୋନାଲ କ୍ଲବ କନ୍ଦରପୁର ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

କଟକ: ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଠାରେ କନ୍ଦରପୁର ରିଜୋନାଲ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି । ଉଦଘାଟନ ମ୍ୟାଚରେ କଟକର ବିଶ୍ଵଭାରତୀ କ୍ଲବକୁ ୪ ୱିକେଟ ରେ ନିମପୁର ସ୍ପୋର୍ଟସ କ୍ଲବ ପରାସ୍ତ କରି ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଟସ ଜିତି ବିଶ୍ଵଭାରତୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ମଧ୍ୟରୁ ୨୩ ଓଭରରେ ୧୦୧ ରନ ସଂଗ୍ରହ କରି ଅଲ୍ଆଉଟ ହୋଇଯାଇଥିଲା। ୧୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯ଓଭର ୪ଟି ବଲରେ ୬ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ଅବଦୁଲ ଲତିଫ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ଓସିଏ ପ୍ୟାନେଲ ଆମ୍ପେୟର ଚିନ୍ମୟ ଦାସ ଓ ସନ୍ଦୀପ ମିଶ୍ର ମ୍ୟାଚ୍ ପରିଚାଳନା କରିଥିବାବେଳେ ବିରଜା ମଲ୍ଲିକ ସ୍କୋରର ଦାୟିତ୍ଵ ନିର୍ବାହ କରିଥିଲେ। 

ପୂର୍ବାହ୍ନରେ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ସି.ଭି.ରମଣ କଲେଜର ଉପାଧ୍ୟକ୍ଷ ମନୋଜ ନାୟକ ଉଦଘାଟନ କରିଥିବାବେଳେ କ୍ଲବ ସଭାପତି ତାପସ ରାଉତରାୟ, ସମ୍ପାଦକ ଜୀବନ ଜେନା, ଉପସଭାପତି ସଞ୍ଜୟ ଜେନା, ନିରଞ୍ଜନ ଲେଙ୍କା,କୋଷାଧ୍ୟକ୍ଷ କାଳନ୍ଦୀ ସ୍ବାଇଁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ୨ୟ ଦିନରେ ଯୁଭେନାଇଲ କ୍ଲବ ଓ ରାମେଶ୍ବର କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସର୍ଵ ଭାରତୀୟ କରାଟେ ଚମ୍ପିୟାନସିପ୍ ରେ ନବରଙ୍ଗପୁର ଜିଲ୍ଲାର ସଫଳତା

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!