ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ବନ ଦିବସ-୨୦୨୪ ପାଳନ

ବିଶ୍ଵ ବନ ଦିବସ-୨୦୨୪ ପାଳନ

 ଅଦ୍ୟ ତାରିଖ ୨୧.୦୩.୨୦୨୪ ରେ ରାୟଗଡ଼ ସ୍ଥିତ ଫରେଷ୍ଟ ପାର୍କ ରେ ରାୟଗଡ଼ ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ-୨୦୨୪ ପାଳନ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡ଼ ଜିଲ୍ଲାପାଳ , ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଓ ଗୁଣୁପୁର ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହା ସହ ରାୟଗଡ଼ ବନଖଣ୍ଡ ର ୭ ଗୋଟି ବନାଞ୍ଚଳ ରୁ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ବିଗତ ଦିନରେ ରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଉଦ୍ଧେଶ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା । ସେଥିରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ର ବିଜେତା ଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହିସାବରେ ପୁରସ୍କୃତ କରଯାଇଥିଲା । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ର ରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ୧୦ ଜଣ ବନକର୍ମଚାରି ଙ୍କୁ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରସ୍କ।ର ପ୍ରଦାନ କରାଗଲା ।  

 ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନେ ନିଜ ଅଭିଭାଷଣରେ ଜଙ୍ଗଲ ସୁରକ୍ଷା ରେ ଆମ ସମସ୍ତଙ୍କର ଯୋଗଦାନ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପରିପ୍ରକାଶ କରିଥିଲେ । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ର ରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ରାୟଗଡ଼ ବନଖଣ୍ଡ ତରଫରୁ ଶ୍ରୀ ଗୌରୀ ଶଙ୍କର ସାହୁ , ବନପାଳ ଓ ଶ୍ରୀ ପ୍ରଦୀପ କୁମାର ସାହୁ , ବନରକ୍ଷୀ ଙ୍କୁ ଆଜି ଭୁବନେଶ୍ଵର ରେ ଓଡିଶା ସରକାର ଦ୍ଵାରା ପୁରସ୍କୃତ କରାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

masiha

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ  ମାଉସୀ ମା ପରିଚାଳନା କମିଟି ଗଠନ

masiha

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

Leave a Comment

error: Content is protected !!