ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ବସ୍ତା ,୨୭।୧୦ : ବସ୍ତା ଥାନା ବାସିଚକୁରାଇ ଗ୍ରାମରେ ଜୈନିକା ବୃଦ୍ଧାଙ୍କର ଶନିବାର ରାତିରେ ପୋଖରୀ ବୁଡ଼ି ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଏହି ଗ୍ରାମର ବିଷ୍ଣୁପ୍ରିୟା ସିଂ(୯୨)। ସୂଚନା ଅନୁସାରେ ବୃଦ୍ଧା ଜଣକ ଗତକାଲି ରାତି ପ୍ରାୟ ୨ଟା ସମୟରେ ପାଇଖାନା ସାରି ଗାଡ଼ିଆରେ ପାଣି ନେଉଥିବା ସମୟରେ ଅସାବଧାନତା ବସତଃ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲେ।ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରି ବିଷ୍ଣୁପ୍ରିୟାଙ୍କୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା।ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ଯୁ ମାମଲା ୩୯/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ପୁଅ ବିରେନ ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!