ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ବସ୍ତା ,୨୭।୧୦ : ବସ୍ତା ଥାନା ବାସିଚକୁରାଇ ଗ୍ରାମରେ ଜୈନିକା ବୃଦ୍ଧାଙ୍କର ଶନିବାର ରାତିରେ ପୋଖରୀ ବୁଡ଼ି ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଏହି ଗ୍ରାମର ବିଷ୍ଣୁପ୍ରିୟା ସିଂ(୯୨)। ସୂଚନା ଅନୁସାରେ ବୃଦ୍ଧା ଜଣକ ଗତକାଲି ରାତି ପ୍ରାୟ ୨ଟା ସମୟରେ ପାଇଖାନା ସାରି ଗାଡ଼ିଆରେ ପାଣି ନେଉଥିବା ସମୟରେ ଅସାବଧାନତା ବସତଃ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲେ।ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରି ବିଷ୍ଣୁପ୍ରିୟାଙ୍କୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା।ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ଯୁ ମାମଲା ୩୯/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ପୁଅ ବିରେନ ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ ସମୟରେ  ଧର୍ମଗଡ ଜିଲ୍ଲା ଗଠନ ଦାବୀ ତେଜିଲା

Sunil Chandra Nayak

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

masiha

Leave a Comment

error: Content is protected !!