ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ରାଉରକେଲା: ସହରର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨୭ ତାରିଖ, ରବିବାର ଦିନ ସେକ୍ଟର -୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହବିଷ ବ୍ରତ ପାଳନ କରୁଥିବା ବୟସ୍କା ମହିଳା ମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥରେ ମହିଳା ସମିତିର ପରାମର୍ଶଦାତା ଡାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ଶଶୀଭୂଷଣ ନେପାକ ଏବଂ ଡାକ୍ତର ମହେଶ ପ୍ରସାଦ ବେହେରା ହବିଷିଆଳି ମାନଙ୍କ ସହ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ସହ ମାଗଣା ଔଷଧ ବିତରଣ କରିଥିଲେ। ଟେକ୍ନିସିଆନ ଆଇଲିନ ଟିଗ୍ଗା, ନିରଞ୍ଜନ ଜେନା ଏବଂ ସାହିଲ ସ୍ବାସ୍ଥ୍ୟ ପରୀକ୍ଷଣ କରିଥିବା ବେଳେ, ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁପ୍ରିୟା ମହାନ୍ତି, ଇନ୍ଦିରା ମହାନ୍ତି, ଜ୍ୟୋତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଗୀତା ସେନାପତି, ମଞ୍ଜୁବାଳା ମହାପାତ୍ର, ନନ୍ଦିତା ପାତ୍ର, ରସ୍ମିତା ସାହୁ ଏବଂ ସୁଜାତା ପଟ୍ଟନାୟକ ପ୍ରମୁଖ ସଦସ୍ୟା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀମତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା ବିଶ୍ୱର ପ୍ରସିଦ୍ଧ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁ ମିଶି ସ୍ଥାପନ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ

Sunil Chandra Nayak

ନବରଙ୍ଗପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ 

Sunil Chandra Nayak

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

masiha

Leave a Comment

error: Content is protected !!