ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ରାଉରକେଲା: ସହରର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨୭ ତାରିଖ, ରବିବାର ଦିନ ସେକ୍ଟର -୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହବିଷ ବ୍ରତ ପାଳନ କରୁଥିବା ବୟସ୍କା ମହିଳା ମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥରେ ମହିଳା ସମିତିର ପରାମର୍ଶଦାତା ଡାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ଶଶୀଭୂଷଣ ନେପାକ ଏବଂ ଡାକ୍ତର ମହେଶ ପ୍ରସାଦ ବେହେରା ହବିଷିଆଳି ମାନଙ୍କ ସହ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ସହ ମାଗଣା ଔଷଧ ବିତରଣ କରିଥିଲେ। ଟେକ୍ନିସିଆନ ଆଇଲିନ ଟିଗ୍ଗା, ନିରଞ୍ଜନ ଜେନା ଏବଂ ସାହିଲ ସ୍ବାସ୍ଥ୍ୟ ପରୀକ୍ଷଣ କରିଥିବା ବେଳେ, ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁପ୍ରିୟା ମହାନ୍ତି, ଇନ୍ଦିରା ମହାନ୍ତି, ଜ୍ୟୋତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଗୀତା ସେନାପତି, ମଞ୍ଜୁବାଳା ମହାପାତ୍ର, ନନ୍ଦିତା ପାତ୍ର, ରସ୍ମିତା ସାହୁ ଏବଂ ସୁଜାତା ପଟ୍ଟନାୟକ ପ୍ରମୁଖ ସଦସ୍ୟା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀମତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

ପୋଲିସ ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା , କଳାହାଣ୍ଡି ଏସ୍ ପି ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କଲେ ଏନ୍,ଏଚ୍,ଆର,ସି

Sunil Chandra Nayak

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

Leave a Comment

error: Content is protected !!