ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟ ଇଗ୍ନୋ ଅଧ୍ୟୟନ କେନ୍ଦ୍ର ତରଫରୁ ସ୍ୱାଗତ ଉତ୍ସବ  

ଦୀନକୃଷ୍ଣ ମହାବିଦ୍ୟାଳୟ ଇଗ୍ନୋ ଅଧ୍ୟୟନ କେନ୍ଦ୍ର ତରଫରୁ ସ୍ୱାଗତ ଉତ୍ସବ  

 ଜଳେଶ୍ଵର,୨୫/୫(ମନିସ)-ଜଳେଶ୍ଵର ବ୍ଲକ ସୁଗୋ ପଂଚାୟତ ଅନ୍ତର୍ଗତ ଧାନ ସିମୁଳିଆ ଠାରେ ଅବସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟର ଇଗ୍ନୋ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଜାନୁୟାରୀ ସେସନରେ ପଞ୍ଜିକୃତ ଶିକ୍ଷାର୍ଥିମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟୟନ କେନ୍ଦ୍ରର ସଂଯୋଜକ ଡ. ସୁଶାନ୍ତ କୁମାର ଗିରି ଅଧ୍ୟକ୍ଷତା କରିବା ସହିତ ଅତିଥି ପରିଚୟ, ସଭାର ଆଭିମୁଖ୍ୟ ତଥା ଇଗ୍ନୋ ପାଠ୍ୟକ୍ରମର ବିଧିବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ। ଅଧ୍ୟାପକ ତଥା ପରାମର୍ଶଦାତା ଚନ୍ଦ୍ରଶେଖର ଗିରି, ଇଗ୍ନୋର ସହାୟକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଶିଷ୍ଟ ଅତିଥି ଝୁନା ବାସ୍କେ ଶିକ୍ଷାର୍ଥି ମାନଙ୍କୁ ଇଗ୍ନୋ ପାଠ୍ୟକ୍ରମର ଗୁରୁତ୍ବ ସମ୍ପର୍କରେ ଅଭିଭାଷଣ ରଖି ଉଚ୍ଚଶିକ୍ଷାର ଆକାଂକ୍ଷା ପୁରଣ କରିବାରେ ଇଗ୍ନୋର ମହତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ହୃଷିକେଶ ପରିଡ଼ା, ଯୋଗେଶ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ ….

Sunil Chandra Nayak

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!