ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି -୨୦୨୪,ପରିବହନ ଓ ରହଣି ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଚଇତି -୨୦୨୪,ପରିବହନ ଓ ରହଣି ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାୟଗଡ:-ତା. ୨୯/୧୧-ରାୟଗଡ ଜିଲ୍ଲା ଲୋକମହୋତ୍ସବ ଚଇତି -୨୦୨୪ର ପରିବହନ, ରହଣି ଓ ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ପରିବହନ ଉପସମିତିର ଅଧ୍ୟକ୍ଷl ଉପଜିଲ୍ଲାପାଳ ରାୟଗଡଙ୍କ ନେତୃତ୍ୱରେ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ, ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ଅମୂଲ୍ୟ ସାହୁ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବଶଙ୍କର ଚୌଧୁରୀ,ଜିଲ୍ଲାସୂଚନl ଓ ଲକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଚଇତି ଉପଲକ୍ଷେ ଅତିଥି, କଳାକାର ମାନଙ୍କୁ କିପରି ପରିବହନ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ବିଶେଷ କରି ଆସନ୍ତା ତା ୮. ୧୧. ୨୦୨୪ରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚ ଗୁଡାରେ ହେବାକୁ ଥିବା ଚଇତି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆୟୋଜନ କମିଟି ସଦସ୍ୟ, ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି,ଅତିଥି ମାନଙ୍କୁ ନେବା ଆଣିବା ଉପରେ ଗାଡ଼ି ବ୍ୟବସ୍ଥା କରିବା ନିମନ୍ତେ ଆଲୋଚନା କରାଯାଇଥିଲା l

    ସେହିପରି ଆକମଡେସନ ଉପସମିତିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଗଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ହୋଟେଲ ସଂଘ ତରଫରୁ ଶ୍ରୀ ଅଶୋକ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି କଳାକାର, ଅତିଥି ମାନଙ୍କୁ ରହିବା ବ୍ୟବସ୍ଥା କରିବା ଉପରେ ଆଲୋଚନା କରିଥିଲେ l ପ୍ରତବର୍ଷ ପରି ରାୟଗଡ ହୋଟେଲ ବ୍ୟବସାୟ ସଂଘ ତରଫରୁ ସେବା ଯୋଗାଇ ଦିଆଯାଉଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଉତ୍ସବରେ ମଧ୍ୟ ଅନୁରୂପ ଭାବରେ ଆଶା କରାଯିବ ବୋଲି କହିଥିଲେ lଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ବାଉରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

masiha

ଡିଗ୍ରୀ ମହିଳା ମହାବିଦ୍ୟାଳୟରେ କର୍ମକ୍ଷେତ୍ରରେ ମାନସିକ ଓ ଯୌନ ଉତ୍ପୀଡ଼ନ କାର୍ଯ୍ୟକ୍ରମ 

Sunil Chandra Nayak

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!