ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିବସ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିବସ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାଇଘର ୬/୯ (କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ଏଥି ସହିତ ଗୁରୁ ଦିବସ କାର୍ଯ୍ୟକ୍ରମ ରେ ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ତଥା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷୟତ୍ରୀ ମନୋରମା ମହାପାତ୍ର ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧିତ ସଭାର ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ଯ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତ ଯୋଗ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଫକୀର ମୋହନ ଏକାଡେମି ର ସଦସ୍ୟ ପ୍ରଫୁଲ୍ଲ କୁମାର ରାଉତ , ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଶରତ ଚନ୍ଦ୍ର ବାରିକ , ଶିକ୍ଷା ଅନୁଷ୍ଠାନର ସମ୍ପାଦିକା ପ୍ରଲିଭା ଭୂୟାଁ , ସନ୍ତୋଷ କୁମାର , ବିବେକାନନ୍ଦ ପଟ୍ଟନାୟକ ପ୍ରମୂଖ ମଂଚାସୀନ ଥିଲେ l ସଂଯୋଜକ ଭାବେ ସାଗର ପରିଡ଼ା କାର୍ଯ୍ୟ ତୁଲାଇଥିବା ବେଳେ ଶିକ୍ଷକ ଲୋକେଶ କୁମାର ଜେନା ଅତିଥି ପରିଚୟ କରାଇଥିଲେ l ଅନୁଷ୍ଠାନ ର ୨୯ ତମ ପ୍ରତିଷ୍ଠାତା ଦିବସ ଓ ଗୁରୁ ଦିବସ ଅବସରରେ କେତେଜଣ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଯଥା ଦେବେନ୍ଦ୍ର କୁମାର ପରିଡ଼ା , ଅନନ୍ତ ଚରଣ ବାରିକ , କୈଳାଶ ଚନ୍ଦ୍ର ମନ୍ତ୍ରୀ , ଗୋବିଂଦ ଚନ୍ଦ୍ର ବିଶ୍ୱାଳ , ଲକ୍ଷ୍ମୀଧର ମହାନ୍ତି , ପବିତ୍ର ସାହୁ , ସୁରେନ୍ଦ୍ର ନାଥ ଓଝା , ରାମନାଥ ପଣ୍ଡା , ଗଗନ ବିହାରୀ ବାହିନିପତୀ , କୁମୁଦିନୀ ରାୟ , ଶରତ ଚନ୍ଦ୍ର ବାରିକ , ବୈକୁଣ୍ଠ ନାଥ ମହାପାତ୍ର , ରାଜ କିଶୋର ନାୟକ , ପିଲାରାମ ଗଣ୍ଡ ଓ ରୂନିବାଳା ପଟ୍ଟନାୟକ ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିଭଳି କବି ଓ କବିୟତ୍ରୀ ଭାବେ ବିବେକାନନ୍ଦ ପଟ୍ଟନାୟକ, ସ୍ୱାଗତିକା ବାହିନିପତୀ , ଗୁଋଦାସୀ ମଣ୍ଡଳ , ମିନତୀ ନାୟକ , ଲୋକେଶ କୁମାର ଜେନା , ସାଗର କୁମାର ପରିଡ଼ା , ସଂଗ୍ରାମ କେଶରୀ ପରିଡ଼ା , ବୈଜୟଂତୀ ମାଳା ରାଉତ ଓ ନିରୁପମା ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏଥିସହିତ ସାମ୍ବାଦିକ ଭାବେ କିରଣ କୁମାର ପଟ୍ଟନାୟକ, ଦେବେନ୍ଦ୍ର ମିଶ୍ର , ପ୍ରଶାନ୍ତ କୁମାର ପାଣିଗ୍ରାହୀ , ସାଇ କ୍ରିଷ୍ଣା , ନୀଳାମ୍ବର ନାୟକ ଓ ଦେବାଶିଷ ଦାଶ ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ଅପା ଭାଈ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଢୁଥିବା ଏହି ବିଦ୍ୟାଳୟ କିଭଳି ସୁରୁଖୁରୁ ରେ ଆଗକୁ ବଢିବ ସେ ନେଇ ଉପସ୍ଥିତ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ l ଏହି ଅବସରରେ କୁନି କୁନି ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା l

ମସିହା ନିୟୁଜ୍ ସର୍ଭିସ୍ 

Related posts

ରୌପ୍ୟ ଜୟନ୍ତୀ ଅଵସ୍ତ୍ରରେ କିଟ ଓ କିସ ପକ୍ଷରୁ ମିନି ମାରାଥନ

Sunil Chandra Nayak

ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ଵଣ୍ଟନ

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!