ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ଉତ୍ତରାଧିକାରୀ କୁ ବୀମାରାଶି ପ୍ରଦାନ

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ଉତ୍ତରାଧିକାରୀ କୁ ବୀମାରାଶି ପ୍ରଦାନ

  ମୟୂରଭଞ୍ଜ:- ୨୧/୦୩/୨୪; ( ମସିହା ) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ କାଙ୍କି ଗ୍ରାମପଞ୍ଚାୟତ ବାଗଡେଗା ଗ୍ରାମର ଯୋଶବନ୍ତ ନାରାୟଣ ମହାନ୍ତଙ୍କୁ ଉତ୍ତରାଧିକାରୀ ଭାବେ ପ୍ରଧାନ ମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ର ବୀମା ରାଶି ପ୍ରଦାନ କରାଯାଇଛି।

       ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ବହଳଦା ଶାଖାରେ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଉତ୍ତରାଧିକାରୀ ଯୋଶବନ୍ତ ନାରାୟଣ ମହାନ୍ତଙ୍କୁ ୨ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ ମୃତକ ତରଣୀକାନ୍ତ ମହାନ୍ତ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ମାସିକ ୪୩୬ ଟଙ୍କା ଲେଖାଏଁ ଷ୍ଟେଟ ବ୍ୟାଙ୍କଅଫ୍ ଇଣ୍ଡିଆ ର ସିଏସପି ମିରା ହାଁସଦାଃଙ୍କ ନିକଟରେ ଜମା କରିଆସୁଥିଲେ। ତେବେ ତା ୧୧ ନଭେମ୍ବର ୨୦୨୩ ରିଖରେ ତରଣୀକାନ୍ତ ମହାନ୍ତ ହୃତଘାତରେ ଆକଶ୍ମିକ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ଉତ୍ତରାଧିକାରୀ (ନୋମିନୀ) ଥିବା ତାଙ୍କ ଭାଇଙ୍କୁ ଷ୍ଟେଟ୍ ବ୍ୟାଙ୍କଅଫ୍ ଇଣ୍ଡିଆ ବହଳଦା ଶାଖା କାର୍ଯ୍ୟାଳୟ ରେ ଆଞ୍ଚଳିକ ପ୍ରବନ୍ଧକ ଦେବ ପ୍ରସାଦ କହଁର, ଆର୍ଥିକ ସମାବେଶନ ପରିଚାଳକ ବିବେକାନନ୍ଦ ବେହେରା ଏବଂ ଶାଖା ପରିଚାଳକ ସାମୁଏଲ କୁମାର ବିନ୍ଧାଣୀ ଉପସ୍ଥିତ ରହି ୨ଲକ୍ଷ ଟଙ୍କା ମୂଲ୍ୟର ବୀମାରାଶି ଚ୍ୟାକ୍ ପ୍ରଦାନ କରାଯାଇଥିଲା। ଅଧିକାରୀ ମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତୀ ଯୋଜନା, ପ୍ରଧାନମନ୍ତ୍ରୀ ସୂରକ୍ଷା ଯୋଜନା ଓ ଅଟଳ ପେନସନ ଯୋଜନା ବିଷୟରେ ଉପସ୍ଥିତ ସାଧାରଣଙ୍କୁ ସଚେତନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

Sunil Chandra Nayak

ଅର୍ଥ ଅଭାବ ରୁ ବନ୍ଧା ପଡିଛି ଛାତ୍ରର ଭାଗ୍ୟ ଭବିଷ୍ୟତ,କର୍ତ୍ତୃପକ୍ଷ ଏହାର ଉପରେ ବିଚାର କରିବା ଆବଶ୍ୟକତା ରହିଛି

Sunil Chandra Nayak

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଅନ୍ତିମ ଦିବସ

Sunil Chandra Nayak

Leave a Comment

error: Content is protected !!