ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଜୁନାଗଡ଼ ୧୮/୧୦(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା ଓଡିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନାଗଡ଼ ବିଇଓ ତପନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଜୁନାଗଡ଼ ଉପନଗରପାଳ ହିମାଦ୍ରୀ ନାଏକ, ଜୁନାଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ଏବିଇଓ ସୁଶାନ୍ତ ଠାକୁର ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା ଓ ସୃଜନଶୀଳତାର ବିକାଶ ହୋଇପାରିବ ବୋଲି ଉଦବୋଧନ ଦେଇଥିଲେ । ଏଥି ସହ ଜୁନାଗଡ଼ ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି,,ବ୍ଲକ ଟେକନିକାଲ ମ୍ୟାନେଜର ଭ ବତୋଷ କର, ମିଲେଟ ସମ୍ପର୍କରେ ଏହାର ଆବଶ୍ୟକତା ଓ ଉଦ୍ଧେଶ୍ୟ ଉପରେ ବିଶୃତ ଭାବେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିନତମାମ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ସଭା ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ସରୋଜ କୁମାର ପଣ୍ଡା, ଓ ଧନ୍ୟବାଦ ପ୍ରଦାନ କରିଥିଲେ ମଳୟ କୁମାର ମୁଣ୍ଡ। କାର୍ଯ୍ୟକ୍ରମରେ ବ୍ଲକରେ ଥିବା ସମସ୍ତ ସିଆରସିସି, ସ୍କୁଲ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଵୀରଚକ୍ର ସହୀଦ ନୁଦୂରାମ ସୋରେନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି       

masiha

ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

Sunil Chandra Nayak

ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା

Sunil Chandra Nayak

Leave a Comment

error: Content is protected !!