ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

ଜୁନାଗଡ଼ (ମ ନି ସ):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଆଜି ଶୁଭାରମ୍ଭ ହୋଇଯାଇଛି । ପେକ୍ସ ସଭାପତି ଭାଗ୍ୟଧର ସାହୁ ଚପ୍ରିଆ ଧାନ ମଣ୍ଡି ଶୁଭାରମ୍ଭ କରିଥିବା ବେଳେ ସାନଚେରଗାଁ ଧାନ ମଣ୍ଡି ପେକ୍ସ ଡାଇରେକ୍ଟର ଲମ୍ବୋଦର ସାହୁ, ଖଲିଆପାଲି ଧାନ ମଣ୍ଡି ଧନେଶ୍ୱର ଯାନୀ ଶୁଭାରମ୍ଭ କରିଥିଲେ। ଉକ୍ତ ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧବଳେଶ୍ୱର ବାଗ, ଚପ୍ରିଆ ଧାନ ମଣ୍ଡିର ତଦନ୍ତ ଅଧିକାରୀ ସୁଶାନ୍ତ ରାଉତ, ସାନ ଚେରଗାଁ ଧାନ ମଣ୍ଡି ତଦନ୍ତ ଅଧିକାରୀ ଦୁଃଖିଶ୍ୟାମ ମାଝୀ, ଖଲିଆପାଲି ଧାନ ମଣ୍ଡି ତଦନ୍ତ ଅଧିକାରୀ ଛନ୍ଦାଚରଣ ଭୋଇ,ଧାନକ୍ରୟ ଅଧିକାରୀ ଧନୁଞ୍ଜୟ ରଣା,ଆରଏମସି କର୍ମଚାରୀ ରତ୍ନାକର ହଂସ,ରୋହିତ ଭୋଇ,ଡାଇରେକ୍ଟର ହରେରାମ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଠାରୁ ମଣ୍ଡିରେ ଧାନ କ୍ରୟ କରାଯିବ। ସପ୍ତାହକୁ ଏହି ତିନିଟି ମଣ୍ଡିରେ ଦୁଇ ଦିନ ଧରି ଧାନ କିଣାଯିବ ବୋଲି ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

masiha

Leave a Comment

error: Content is protected !!