ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

 ସେବା ପର୍ବ – ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇସ୍କୁଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ଚିତ୍ରକର, ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଥିମ ସମ୍ପର୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା କର୍ମଶାଳାର ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭ ଉଦଘାଟନ କରି ଚିତ୍ରାଙ୍କନ ପ୍ରତିଯୋଗିତାର ଶୁଭାରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭି.ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ)ଅନିମେଷ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧିକାରୀ ପ୍ରମୋଦ କୁମାର ପାଢୀ, ଜିଲ୍ଲା ଭା.ଜ.ପା. ସଭାପତୀ ଯୁଗଳ କିଶୋର ପୋଢ, ଏମ୍.ପି. ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା, ଡଃ. ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୨୩ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରି ବିକଶିତ ଭାରତ ଥିମ ସମ୍ପର୍କରେ ସୁନ୍ଦର ଚିତ୍ର ଆଂକିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ଶୁଭମ ଓମକାର, ଡ୍ରିମ ପବ୍ଲିକ ସ୍କୁଲ, ପ୍ରଥମ ସ୍ଥାନ ପାଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂଦୀପ ଦୁବେ ଦ୍ଵିତୀୟ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ସ୍ମୁତି ପ୍ରଜ୍ଞା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କଲେଜ ସ୍ତରରେ ଉଦ୍ୟାନସୁ ବାଗ, କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ପ୍ରଥମ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରକାଶ ନାଏକ ଦ୍ୱିତୀୟ ଓ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ଶ୍ରୀଧର ରାଉତ ତୃତୀୟ ସ୍ଥାନ ପାଇଥିଲେ । ବୃତ୍ତିଗତ ଚିତ୍ରାଙ୍କନ ପ୍ରତିଯୋଗିତା ବର୍ଗରେ ସଂଗ୍ରାମ ସରାଫ ପ୍ରଥମ, ତରୁଣ ମହାପାତ୍ର ଦ୍ୱିତୀୟ ଓ ଲିଙ୍ଗରାଜ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ତିନୋଟି ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ସମସ୍ତ ପେଣ୍ଟିଙ୍ଗ କୁ ରାଜ୍ୟ ସ୍ତରକୁ ପଠାଯିବ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ବିନା ପାଠ୍ୟ ପୁସ୍ତକରେ ମାସିକ ପରୀକ୍ଷା ପ୍ରସ୍ତୁତି,ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!