ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ମୃତ୍ୟୁ ଶବ ରଖି ରାସ୍ତାରୋକ କଲେ ପରିବାର ଲୋକେ

ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ମୃତ୍ୟୁ ଶବ ରଖି ରାସ୍ତାରୋକ କଲେ ପରିବାର ଲୋକେ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ନିକଟରେ ଅଜଣା ଟ୍ରକ ଚାପାରେ ବାଇକ ଆରୋହୀର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ମାଧବ ମାଝୀ (୪୦) ବୋଲି ଜଣା ପଡିଛି । ସୂଚନା ଥାଉ କି ମାଧବ ମାଝୀ ଗୋଲାମୁଣ୍ଡା ଥାନାକୁ କୌଣସି କାମରେ ଯାଇଥିଲେ। କାମ ସାରି ଥାନାରୁ ନିଜ ବାଇକ ଓଡି ୨୬ ୪୦୭୧ ଯୋଗେ ଘରକୁ ଫେରୁଥିବା ବେଳେ ବିଜୁ ଏକ୍ସପ୍ରେସୱେ ରେ ଧର୍ମଗଡ ପଟୁ ଆସୁଥିବା ଗୋଟିଏ ଅଜଣା ଟ୍ରକ୍ ବାଇକ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଅଗ୍ନିଶମ ବାହିନୀ ଗାଡି ଯୋଗେ ଗୋଲାମୁଣ୍ଡା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଧର୍ମଗଡ ଡାକ୍ତରଖାନାରେ ଡାକ୍ତର ବାଇକ ଚାଲକ ମାଧବ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଗୋଲାମୁଣ୍ଡା ପୋଲିସ ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଆଜି ପରିବାର ଲୋକେ କ୍ଷୟକ୍ଷତି ପାଇଁ କଦଳିମୁଣ୍ଡାଠାରେ ବିଜୁ ଏକ୍ସପ୍ରେସ ରାସ୍ତା ମଝିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଧର୍ମଗଡ଼ ରୁ ସିନାପାଲି ରାସ୍ତା ଯାନବାହାନ ଚଳାଚଳ ବନ୍ଦ ଥିଲା। କିଛି ସମୟ ପାଇଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ଗୋଲାମୁଣ୍ଡା ପୁଲିସ ପହଞ୍ଚି ବୁଝାସୁଝା କରିଥିବା ବେଳେ ତହସିଲଦାର ଚନ୍ଦନ କୁମାର ନାଏକ ମଧ୍ୟ ପହଞ୍ଚିଥିଲେ । ଶ୍ରୀ ନାଏକ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେବା ପରେ ବିଡ଼ିଓ ତ୍ରିପୁରା ମହାନନ୍ଦ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଫୋନ ଯୋଗେ ପ୍ରତିଶୃତି ଦେଇଥିଲେ ପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ । ଏ ପଟେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମୃତକ ପରିବାର ବର୍ଗଙ୍କୁ ଦୁଇ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଟ୍ରକ ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ଥାନାକୁ ଆସିଯିବ ବୋଲି ଏସ ଆଇ ରାଜେଶ ପରିଡା ଆନ୍ଦୋଳନ କାରୀଙ୍କୁ ସମ୍ମୁଖରେ ପ୍ରକାଶ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

masiha

ରାଇରଙ୍ଗପୁରରେ ଓଡ଼ିଶା କୁଡୁମି ସେନା ତରଫରୁ କଳା ଦିବସ ପାଳିତ 

masiha

ସଙ୍କଟରେ ବୁଣାକାର ପରିବାର 

Sunil Chandra Nayak

Leave a Comment

error: Content is protected !!