ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ନର୍ଲା/ମସିହା/22/09/25 —  କଳାହାଣ୍ଡି ଜିଲ୍ଲା ନର୍ଲା ନିକଟସ୍ଥ ଦେହେଲି ଗାଁ ନିକଟରେ ବାଇକ୍ ଓ ପିକ ଅପ୍ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଗୋଟିଏ ପରିବାରର ବାପା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ନର୍ଲା ବ୍ଳକର ତେରଲୋ ଗାଁ ର 35ବର୍ଷୀୟ ବୁଧ ବାରିକ ଓ ତାଙ୍କର 10ବର୍ଷୀୟ ପୁଅ ଆରବ ସହ ମାଆ,ଝିଅ ସମସ୍ତେ ମିଶି ଏକ ବାଇକ ରେ ନର୍ଲା ଯାଉଥିବା ସମୟରେ ସାମନା ପଟୁ ଦୃତ ଗତିରେ ଆସୁଥିବା ଏକ ପିକ ଅପ୍ ଗାଡି ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ବୁଧ ଓ ପୁଅ ଆରବ ର ମୃତ୍ୟୁ ଘଟିଥିଲା। ବାଇକ୍ ରେ ବସିଥିବା ମାଆ ଓ ଝିଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ହେଲେ ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ହେଲେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଭବାନୀପାଟଣା ରୁ ଭୁବନେଶ୍ବର କୁ ସଂଯୋଗ କରୁଥିବା ଦେହେଲି ଗାଁ ଛକଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରିଥିଲେ l ପିକଅପ ମାଲିକଙ୍କୁ ଫୋନରେ ଯୋଗାଯୋଗ କରିବାରୁ କ୍ଷତିପୂରଣ ଦେବାପାଇଁ ସହମତି ପ୍ରକାଶ କରିବାରୁ ରାସ୍ତାରୋକ ସନ୍ଧ୍ୟା ୬ ବେଳେ ପ୍ରତ୍ୟାହାର ହୋଇଥିଲା l ଏବିଷୟରେ ନର୍ଲା ଆଇ ଆଇ ସି ଙ୍କୁ ପଚାରିବାରୁ ମୃତ ଶରୀରକୁ ଶବ ବ୍ୟବଛେଦ ପାଇଁ ମ. ରାମପୁର କୁ ପଠେଇଦିଆ ଯାଇଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନର୍ଲା ଥାନାଧିକାରୀ ବିଜୟରାଜ ମାଝୀ କହିଛନ୍ତି l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

masiha

DRM Rayagada Launches Swachhata Hi Seva 2025 Campaign

Sunil Chandra Nayak

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!