ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟରେ “ଜାତୀୟ ସମ୍ବିଧାନ ଦିବସ “ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷl ଡ଼ ସମ୍ପାଦିକା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଫିସ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ l ଏହି ଅବସରରେ ଆଲୋଚ୍ୟ ବିଷୟ ସାମ୍ବିଧାନିକ ନୈତିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ ଓ ସମ୍ବିଧାନର ମୁଖପତ୍ର କୁ ନେଇ ଶପଥ ପାଠ କରାଯାଇ ଛାତ୍ରୀ ସ୍ମୃତିମଞ୍ଜୁସା ଙ୍କ ଦ୍ୱାରା” ସାମ୍ବିଧାନିକ ନୈତିକତା ” ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା l ଏଥିରେ ଛାତ୍ରଛାତ୍ରୀ ମାନେ ପାୱାର ପଏଣ୍ଟ ପ୍ରୋଜେକ୍ସନ ମାଧ୍ୟମରେ ନିଜନିଜର ମତାମତକୁ ଉପସ୍ଥାପନା କରିଥିଲେ l ସେହିପରି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମ୍ବିଧାନକୁ ନେଇ ଏକ ସଂଗୀତ ପରିବେଷଣ କରାଯାଇଥିଲା l ମହାବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ କଲମ ପ୍ରଦାନ କରାଯାଇ ଉତ୍ସlହିତ କରାଯାଇଥିଲା l ଶେଷରେ ମୋହିତରଞ୍ଜନଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସେମିନାରର ସମାପ୍ତି ଘୋଷଣା କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

Sunil Chandra Nayak

ଥୁଟିବର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

Leave a Comment

error: Content is protected !!