ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପ୍ରାଣାଙ୍କ ପରଲୋକ

ଧର୍ମପ୍ରାଣାଙ୍କ ପରଲୋକ

ବସ୍ତା,୨୭।୧ : ବସ୍ତା ବ୍ଲକ୍ ବାହାର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଧେନୁଖୋଜା ଗ୍ରାମର ଧର୍ମପ୍ରାଣା ମହିଳା ବୁଦ୍ଧିମଣୀ ରାଉତ ଙ୍କର ଶନିବାର ପୂର୍ବାହ୍ଣରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନରୁ ଶ୍ବାସରୋଗରେ ପୀଡ଼ିତ ଥିଲେ।ଆଜି ସେ ହଠାତ୍ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଡ଼ାକ୍ତରଙ୍କୁ ନେଇ ଦେଖାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଷନ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ବୋହୂ,ନାତି ନାତୁଣୀ ଓ ଝିଅ ଜ୍ବାଇଁ ଉପସ୍ଥିତ ଥିଲେ।ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନପୁଅ ଦିବାକର ରାଉତ ମୁଖାଗ୍ନି ଦେଇଥିଲେ। ଶ୍ରୀମତୀ ରାଉତ ବସ୍ତା ବିଜେପି ଯୁବ ନେତା ତଥା ସମାଜସେବୀ ଦିବାକର ରାଉତ ଙ୍କ ମାଆ ଅଟନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

6th Annual function of Amethyst Abacus Brain Master 

Sunil Chandra Nayak

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

Sunil Chandra Nayak

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!