ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ‘ମା କେ ନାମ ଏକ ପେଡ’ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ‘ମା କେ ନାମ ଏକ ପେଡ’ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

କୋଇଡା-  ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଡ୍ରିଗୀ ମହାବିଦ୍ଯାଳୟରେ ଯଶ୍ବଷୀ ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଉପଲକ୍ଷେ ‘ ମା କେ ନାମ ଏକ ପେଡ’ ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କୋଇଡା ବ୍ଳକ ବିଡ଼ିଓ ସମରେନ୍ଦ୍ର ସୁର,ସମ୍ମାନିତ ଅତିଥି କୋଇଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ସମ୍ବିତ କୁମାର ମହାନ୍ତି,ମୁଖ୍ୟ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଦୀପ କୁମାର‌ ପଟନାୟକ,ବିଶେଷ ଅତିଥି ଜିପିଓ ସାଲୁକା ଟୁଡୁ,ବିପିସି ଗୌରଵ ଲୋହାର,କନିଷ୍ଠ କିରାଣୀ ଗୋଵିନ୍ଦ‌ ଚନ୍ଦ୍ର ପ୍ରଧାନ,ଦର୍ଶନ ବିଭାଗ ଅଧ୍ୟାପକ ଶିତିକଣ୍ଠ ଦାସମହାପାତ୍ର,ଅର୍ଥନୀତି ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ଦାସ,ବାଣିଜ୍ୟ ବିଭାଗ ଅଧ୍ୟାପକ ଭୋଲେଶ୍ଵର ଦେହୂରୀ,ଓଡ଼ିଆ ଅଧ୍ୟାପିକା ଲକ୍ଷ୍ମୀ ରାୟ,ଗ୍ରନ୍ଥକାରିକା ପୁଷ୍ପିତା ସାହୁ,ପିଅନ ମଙ୍ଗୁଳି ମହାକୁଡଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ନିଜେ ବୃକ୍ଷରୋପଣ କରି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରାଇଥିଲେ ।ସେ କହିଥିଲେ ବୃକ୍ଷ ହିଁ ଜୀବନ ।ବୃକ୍ଷ ରୋପଣ ପରିବେଶ ସୁରକ୍ଷା କରିଥାଏ ।ବୃକ୍ଷ ଓ ଜଙ୍ଗଲ ନଷ୍ଟ ସହ କଂକ୍ରିଟ ସହର ଯୋଗୁଁ ଜଳବାୟୁ ପରିବର୍ତନ ହେଉଛି ।ଯାହାଫଳରେ ଅସମୟରେ ବାତ୍ୟା,ବନ୍ୟା,ବଳି ଭଳି ପ୍ରାକୃତିକ ଦୁର୍ଵିପାକ ଘଟୁଛି ।ତେଣୁ ସମସ୍ତେ ବୃକ୍ଷ ରୋପଣ ଏବଂ ବୃକ୍ଷର ଯତ୍ନ ନେଲେ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ ।

ଖୋଲିବାରୁ ଅକ୍ଷୟ ବିଶ୍ବାଳ

Related posts

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

masiha

Leave a Comment

error: Content is protected !!