ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘାଟିରେ ଓଲଟିଲା କାଠ ବୋଝେଇ ଗାଡ଼ି ବର୍ତ୍ତୀ ଗଲେ ଚାଳକ

ଘାଟିରେ ଓଲଟିଲା କାଠ ବୋଝେଇ ଗାଡ଼ି ବର୍ତ୍ତୀ ଗଲେ ଚାଳକ

ବନ୍ଧୁଗାଁ ତା,୧୨/୦୮/୨୫,ବନ୍ଧୁଗାଁ ଥାନା କୁମ୍ଭାରୀପୁଟ ଘାଟିରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡି କାଠ ଗୁଡିକ ରାସ୍ତା ସାରା ବିଛେଇ ହୋଇ ପଡିଥିଲା।ଫଳରେ ଉକ୍ତ ରାସ୍ତାରେ ଅନ୍ୟ ଯାନବାହାନ ଚଳ ପ୍ରଚଳରେ ବାଧା ଉପୁଜିଥିଲା।

ଖବର ପାଇ ବନ୍ଧୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଟ୍ରକ କୁ ସାଇଡ କରିବା ସହ ରାସ୍ତାରୁ କାଠ ଯାକ ହଟାଇବା ପରେ ସବୁକିଛି ସ୍ୱାଭାବିକ ହୋଇଥିଲା।ଖବର ନେବାରେ ଜଣା ପଡିଛିକି ସୋମବାର ବିଳମ୍ବିତ ରାତିରେ କୁମ୍ଭାରୀପୁଟ ଠାରୁ ନୀଳଗିରି କାଠ ବୋଝେଇ କରି ଏପି ୧୬ ଟିଜେ ୫୪୫୪ ନମ୍ବର ଥିବା ଏକ ଟ୍ରକ ଆନ୍ଧ୍ର ପ୍ରଦେଶର ଅନକା ପେଲି ଅଭିମୁଖେ ଯାଉଥିବା ବେଳେ କୁମ୍ଭାରୀପୁଟ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଗାଡ଼ି ଡ୍ରାଇଭରଙ୍କ ଜୀବନ ଅଳ୍ପକେ ବର୍ତ୍ତୀ ଯାଇଥବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି।ଟ୍ରକ ଓଭରଲୋଡ଼ ଥିବାରୁ ଦୁର୍ଘଟଣାର ଶିକାର ହୋଇଥିବା ପାରିପାର୍ଷିକ ପରିସ୍ଥିତି ରୁ ଜଣା ପଡ଼ିଥିବା ବେଳେ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି।ଉକ୍ତ ରାସ୍ତା ଗୋଟିକିଆ ଥିବା ବେଳେ କୌଣସି ଦୁର୍ଘଟଣା ଘଟି ରାସ୍ତା ଜାମ ହେଲେ ତାର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଶହେରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏଇଭଳି ଓଭରଲୋଡ଼ କାଠ ବୋଝେଇ ଟ୍ରକ ଗୁଡିକୁ କିପରି ପରିମିସନ ମିଳୁଛି ଓ କିଏ ଦେଉଛି ତାର ଏକ ତଦନ୍ତ କରାଯିବା ସହ କାଠ ବୋଝେଇ ଟ୍ରକ ଚଳାଚଳ ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି। ଏହି ସ୍ଥାନରେ କିଛି ବର୍ଷ ପୂର୍ବେ ଟିକିରିରୁ ବାହାରି ଆନ୍ଦ୍ର ଅଭିମୁଖେ ଧାନ ବଝେଇ ଟ୍ରକ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ଫଳରେ ତିନିଜଣ ମୃତ୍ୟୁ ହୋଇଥିଲେ ଓ ହାଟ ଗାଡି ମଧ୍ୟ ଦୁର୍ଘଟଣା ହୋଇଥିଲା ଅନେକ ଗାଡି ଏହି ସ୍ଥାନରେ ଦୁର୍ଘଟଣା ଘୋତିବାର ଏକ ରେକର୍ଡ ହୋଇ ପାଲିଟିଛି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

Sunil Chandra Nayak

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

masiha

ନୂତନ ଡାକ ବଙ୍ଗଳା ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

Leave a Comment

error: Content is protected !!