ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ – ୨୦୨୫ ଆୟୋଜିତ

ନର୍ଲା ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ – ୨୦୨୫ ଆୟୋଜିତ

ନର୍ଲା: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଶିଶୁ ବାଟିକା ଓ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନର୍ଲା ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯକ୍ରମ ଆୟୋଜିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିପଲପଦର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋପାଳ ହାତୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତରିନ୍ଦ୍ର ରଣା ଓ ପ୍ରଧାନଶିକ୍ଷକ ରବୀନ୍ଦ୍ର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ଯୋଗଦେଇ ଖଡ଼ିଛୁଆଁ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିବା ବେଳେ ଶିକ୍ଷକ ଅର୍ଜୁନ ମିଶ୍ର ପୁରୋହିତ କାର୍ଯ୍ୟ ତୁଲାଇଥିଲେ। ଅତିଥିମାନେ କୁନିକୁନି ପିଲାଙ୍କୁ କୋଳରେ ବସାଇ ଖଡ଼ି ଛୁଆଁଇ ଥିବା ବେଳେ ସଚେତନତା ରଥ ଉଦଘାଟନ କରିଥିଲେ। ତୁଳାପଡ଼ା ସିଆରସିସି ନୀଳମଣି ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରାଯାଉଛି, ଯାହା ମାଧ୍ୟମରେ ପାଞ୍ଚ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏକ ଉତ୍ତମ ଓ ଅନୁଭୂତିମୂଳକ ଶିକ୍ଷଣ ପରିବେଶ ମିଳିବ। ତେଣୁ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକାରେ ନାମଲେଖା ପାଇଁ ଯୋଗ୍ୟ ପିଲାମାନଙ୍କୁ ସ୍ୱାଗତ କରାଯାଉଛି ବୋଲି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାନୀ ପ୍ରକାଶ କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧାମନପୁର ଠାରୁ ଦଶପୁର ରାସ୍ତା ପାଲଟିଛି ମରଣ ଯନ୍ତା

Sunil Chandra Nayak

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

masiha

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

Sunil Chandra Nayak

Leave a Comment

error: Content is protected !!