ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥଚାରୀ ଙ୍କ ପାଇଁ କାଳ ସାଜିଛି ରାସ୍ତା କଡ ର ଶୁଖିଲା ଗଛ

ପଥଚାରୀ ଙ୍କ ପାଇଁ କାଳ ସାଜିଛି ରାସ୍ତା କଡ ର ଶୁଖିଲା ଗଛ

କେବେ ପଡ଼ିବ ନଜର ପ୍ରଶାସନ ର ?

କାହାର ପୌଷ ମାସ ତୋ କାହାର ସର୍ବନାଶ, ଅନେକ ସମୟରେ ବିଭିନ୍ନ ରାସ୍ତା କଡ଼ରେ ଗଛ ଗୁଡ଼ିକ ଶୁଖି ବାଟୋଇ ମାନଙ୍କ ଜୀବନ ପ୍ରତି ବିପଦ ସାଜିଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ନିଘା ନ ଥାଏ। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦର ମହକୁମାର ରୁ ବଡଚେରଗାଁ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ମଧ୍ୟରେ ଅବସ୍ଥିତ ନୁଆଁ ଗାଁ ଏବଂ ବାଗଦୋରି ମଝି ରେ ଏକ ବିରାଟ ଗଛ ଶୁଖି ଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ଏହି ସୁଖିଲା ଗଛ କେତେ ବେଳେ ଯେ କାହା ଉପରେ ପଡ଼ି ଜୀବନ ନେଇ ଜୀବ ତାହାର ସନ୍ଦେହ ନାହିଁ। ପ୍ରଶାସନ କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିଦ୍ରା ଭାଙ୍ଗୁ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ବିଭାଗର ଏପରି ଅବହେଳା କୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। କୌଣସି ଲୋକ ର ଅଘଟଣ ନ ଘଟିବା ପୂର୍ବ ରୁ ତୁରନ୍ତ ଗଛ କାଟିବା ପାଇଁ ସାଧାରଣରେ ଦାବି ହେଉଛି ।

ହିମାଂଶୁ ଭୋଇ ଙ୍କ ରିପୋର୍ଟ୍ 

Related posts

ଜାତୀୟ ବାଳିକା ଦିବସ 2025 ଏବଂ ବେଟୀ ପଢ଼ାଓ,ବେଟୀ ବଛା ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

masiha

Meet Renowned First lady artist of Odisha Smt “Basant Kumari Samanta”.

masiha

ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ବନ୍ଧୁଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ

masiha

Leave a Comment

error: Content is protected !!