ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଞ୍ଜନଗର ରକ୍ତକେନ୍ଦ୍ର ପରିଚାଳନା କମିଟି ବୈଠକ

ଭଞ୍ଜନଗର ରକ୍ତକେନ୍ଦ୍ର ପରିଚାଳନା କମିଟି ବୈଠକ

                                                                            ଭଞ୍ଜନଗର,୧୯/୫ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରକ୍ତ ଭଣ୍ଡାର ପରିଚାଳନା କମିଟି ବୈଠକ ମେଡିକାଲ୍ ଅଧୀକ୍ଷକ ଡା.ଗୋବିନ୍ଦ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ରକ୍ତ ଭଣ୍ଡାର ଅଧିକାରୀ ଡା,ସତୀଶ ମୋହନ ପାଢୀ,ଡା.ସୁରେଶ ଚନ୍ଦ୍ର ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। ରକ୍ତ ହୀନତା,ରକ୍ତ ଶିକୁଳି ଏବଂ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ଢେର ଗୁଣା ବୃଦ୍ଧି ପାଇବାରେ ଲାଗିଛି। ତାକୁ ଦୃଷ୍ଟିରେ ରକ୍ତ ଆଗାମୀ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ରହିଛି। ପୂର୍ବରୁ ଜଣେ ରୋଗୀଙ୍କୁ ରକ୍ତ ନେବାକୁ ହେଲେ ଗୋଟିଏ ରକ୍ତ ୟୁନିଟ୍ ଦେଇ ପ୍ରତିବଦଳରେ ରକ୍ତ ମିଳୁଥିଲା କିନ୍ତୁ ବର୍ତ୍ତମାନ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସଂଖ୍ୟ ବଢିଥିବାରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ରକ୍ତ ସିଧାସଳଖ ଦିଆଯାଉଥିବା ରକ୍ତକେନ୍ଦ୍ର କତ୍ତୃପକ୍ଷ ସୂଚନା ଦେଇଥିଲେ। ତାକୁ ଶତପ୍ରତିଶତରେ ପହଞ୍ଚାଇବାକୁ ସମସ୍ତେ ଉଦ୍ୟମ କରିବାକୁ ଉପଜିଲ୍ଲାପାଳ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ରକ୍ତଭଣ୍ଡାର କର୍ମଚାରୀ ବିପିନ କୁମାର ପାଣିଗ୍ରାହୀ ଆୟବ୍ୟୟ ହିସାବ ଦେଇଥିବା ବେଳେ ଆବଶ୍ୟକତା ସଂର୍ପକରେ ଆଲୋକପାତ କରିଥିଲେ। ରକ୍ତକେନ୍ଦ୍ରର କ୍ଷମତା ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ୮ ଲକ୍ଷ ୪୦ ହଜାର ଟଙ୍କା ଅନୁମୋଦନ କରିଥିବା ବେଳେ ଯଥାଶୀଘ୍ର ରକ୍ତ ରଖିବା ପାଇଁ ଫ୍ରିଜର,ଟ୍ୟୁବ ସିଲର ଓ ଅନ୍ୟାନ୍ୟ ଉପକରଣ କ୍ରୟ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିସହ ରକ୍ତଦାନ କ୍ଷେତ୍ରରେ ଗ୍ରାମାଞ୍ଚଳ ତଥା ନୂତନ ରକ୍ତଦାତାଙ୍କ ସଂଖ୍ୟା କମ୍ ରହୁଥିବାରୁ ସେମାନଙ୍କୁ ସାମିଲ କରି ରକ୍ତଦାନ ଶିବିର ଆୟୋଜନ କରିବା ନେଇ ଆଲୋଚନା ହୋଇଥିଲା। ବିଗତ ଦିନରେ ସମ୍ବାଦ ଆମ ଓଡ଼ିଶା ଏବଂ ପୁଲିସ୍ ବିଭାଗ ଅପେକ୍ଷାକୃତ ଅଧିକ ଶିବିର ଆୟୋଜନ କରିଥିବାରୁ ଆଗାମୀ ଦିନରେ ମଧ୍ୟ ଏଦିଗରେ ପ୍ରୟାଶ ଜାରି ରଖିବାକୁ ଉପଜିଲ୍ଲାପାଳ ଆହ୍ବାନ ଦେଇଥିଲେ। ଏଥିରେ ସଦସ୍ୟ ବିଶ୍ବମ୍ବର ଜେନା,ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ,ବି.ଗୋବିନ୍ଦ ରାଓ,ରୋଟାରିଆନ ରଞ୍ଜିତ କୁମାର ବାରିକ,କେଏସ୍‌ୟୁବି କଲେଜ ଅଧ୍ୟାପକ ରବିନ୍ଦ୍ର କୁମାର ମିଶ୍ର,ବିଡ଼ିପୁର କଲେଜ ୱାଆର୍‌ସି ଅଧିକାରୀ ବସନ୍ତ କୁମାର ଶତପଥୀ,ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅମୁଲ୍ୟ କୁମାର ଶତପଥୀ,ମୁନିସିପାଲିଟିର କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନ, ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ରକ୍ତକେନ୍ଦ୍ରର ଲକ୍ଷ୍ମୀ ନୃସିଂହ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

ଜମିରେ ଟାଟା ପାୱାରର ଜୁଲମ,ଚାଷଜମି ନଷ୍ଟ; ଚାଷୀ ହତାଶ

Sunil Chandra Nayak

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

Leave a Comment

error: Content is protected !!