ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ବିକାଶ’ ଓ ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୪ତମ ଶହିଦ ଦିବସ ପାଳନ

‘ବିକାଶ’ ଓ ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୪ତମ ଶହିଦ ଦିବସ ପାଳନ

ବ୍ରହ୍ମପୁର,ତା ୨୯/୦୩ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ‘ବିକାଶ ‘ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ବୀର ଶହିଦ ଲକ୍ଷ୍ମଣ ନାୟକଙ୍କ ୮୪ତମ ଶହିଦ ଦିବସକୁ ଯଥା ମର୍ଯ୍ୟାଦାର ସହିତ ପାଳନ କରାଯାଇଛି। ସ୍ଥାନୀୟ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତି ସଭାନେତ୍ରୀ କୁନି କୁମାରୀ ଦେବୀ ଓ ବିକାଶ ର ଉପ ସଭାପତି ଜ୍ୟୋତିକୃଷ୍ଣ ବେହେରା ପୃଥକ ପୃଥକ ଭାବେ ଶହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବାବେଳେ ମଞ୍ଚର ଆବାହକ ଆଇନଜୀବୀ ଶ୍ରୀ ଅବନୀ ଗୟାଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଗାନ୍ଧିଜୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଲକ୍ଷ୍ମଣ ନାୟକ ଗାଁ ଗାଁରେ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର କରିଥିଲେ। ସେ ସ୍ୱେଚ୍ଛାଶ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକୁ ଯାତାୟାତ ସୁବିଧା ପାଇଁ ରାସ୍ତା ନିର୍ମାଣ ସହ ମଦ ଭଳି ନିଶା ଦ୍ରବ୍ୟର ପ୍ରସାର ବିରୋଧରେ ଆନ୍ଦୋଳନ ଚଳାଇଥିଲେ। ଅନ୍ଧ ବିଶ୍ବାସ, କୁସଂସ୍କାର ବିରୋଧରେ ଜନ ସଚେତନତା ସୃଷ୍ଟି କରୁଥିଲେ l ଏହି ଭଳି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟର ନେତୃତ୍ଵ ପାଇଁ ତାଙ୍କୁ “କୋରାପୁଟର ଗାନ୍ଧି” ବୋଲି ସମ୍ବୋଧନ କରାଯାଉଥିଲା । ଗାନ୍ଧିଜୀଙ୍କ ଆହ୍ୱାନରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ଯୋଗ ଦେଇଥିଲେ । ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲକ୍ଷ୍ମଣ ନାୟକ ପ୍ରଜା ମେଳି ବାନ୍ଧି ବ୍ରିଟିଶ ସରକାର ବିରୋଧରେ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିଥଲେ l ଯାହାଫଳରେ ବ୍ରିଟିଶ ଶାସକମାନେ ଷଡ଼ଯନ୍ତ୍ରମୂଳକ ଭାବେ ତାଙ୍କ ବିରୋଧରେ ମିଥ୍ୟା ହତ୍ୟା ମାମଲା ରୁଜୁ କରି ତାଙ୍କୁ ଫାଶୀ ଦେଇଥିଲା l ସେହି ସମୟର ଦମନମୂଳକ ଶାସନ ପରି ଆଜି ବି ଯେକୌଣସି ଜନବିରୋଧୀ ବ୍ୟବସ୍ଥା ବିରୋଧରେ ସଚେତନ ଓ ସଂଘଟିତ ଜନଆନ୍ଦୋଳନ ଅତ୍ୟାବଶ୍ୟକ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଆଜିର ସଭାରେ ବିକାଶ ର ସାଧାରଣ ସମ୍ପାଦକ ରବି ନାରାୟଣ ବେହେରା,ସମାଜସେବୀ ଗୁଣନିଧି ବେହେରା,ମଣ୍ଡଳ ଶଶୀ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମାଜସେବୀ ସୁରେନ୍ଦ୍ରନାଥ ପଣ୍ଡା, ହରିକୃଷ୍ଣ ବେହେରା, ମେଘନାଦ ବେହେରା, ସତ୍ୟବାନ ବେହେରା,ଏମ ଏସ ମଲ୍ଲିକ, ବିରେନ୍ କୁମାର ବେହେରା, ଏସ.ସାମ୍ବସିବା ରାଓ, ତ୍ରିବେଣୀ ବେହେରା,ମହମ୍ମଦ ଆସଲମ୍, ପ୍ରଦୀପ କୁମାର ସେଠି, କାହ୍ନୁ ଚରଣ ପାତ୍ର, ଅଶୋକ କୁମାର ଦଳାଇ,ପ୍ରଧାନ ଶିକ୍ଷୟିତ୍ରୀ ଜି.ଗୌରୀ ରେଡୀ,ଶିକ୍ଷୟିତ୍ରୀ ସବିତା ପଣ୍ଡା, ସନ୍ଧ୍ୟାରାଣୀ ବେହେରା, ସବିତା ଚୌଧୁରୀ, ସୂର୍ଯ୍ୟ ନାରାୟଣ ଶତପଥି,ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ପୂର୍ବତନ କ୍ରୀଡା ଶିକ୍ଷକ କେଦାର ଚୌଧୁରୀ, ବିଦ୍ୟାଳୟର କର୍ମଚାରୀ ଓ ପିଲାମାନେ ପ୍ରମୁଖ ଉପସ୍ଥିତ ଥିଲେ l

Related posts

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

masiha

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!