ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳାରେ ଜମୁଛି ବେପାର

Oନୂଆପଡା ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳାରେ ଜମୁଛି ବେପାର

ନୂଆପଡା,ଦୀର୍ଘ ବାର ବର୍ଷ ବ୍ୟବଧାନରେ ନୂଆପଡା ଜିଲ୍ଲାରେ ଅନୁଷ୍ଠିତ ହେଉଛି ମାରାଗୁଡା ଲୋକ ମହୋତ୍ସବ । ଏଥିପାଇଁ ଜିଲ୍ଲାବାସୀଙ୍କ ମନରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ସ୍ଥାନୀୟ ମିନି ଷ୍ଟାଡିୟମ୍ ପଡ଼ିଆରେ ସନ୍ଧ୍ୟାରୁ ଦର୍ଶକଙ୍କ ଗହଳି ଚହଳି ଲାଗି ରହୁଛି । ଲୋକମାନଙ୍କ ଆନନ୍ଦକୁ ଆହୁରି ବହୁଗୁଣିତ କରିଛି ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା। ପ୍ରଥମ ସନ୍ଧ୍ୟାରେ ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଫିତାକାଟି ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ଶୁଭ ଉଦ୍ଘାଟନ କରିଥିଲେ।ଏହା ସହିତ ନୁଆପଡାରେ ପ୍ରଥମ ଥର ପାଇଁ ଲାଗିଛି ପୁସ୍ତକ ମେଳା । ମୋଟ ୧୬୦ ଟି ଷ୍ଟଲ୍ ଏହି ମେଳାରେ ଲାଗିଛି ।ଜିଲ୍ଲାବାସୀ ଏହି ସୁଯୋଗକୁ ହାତଛଡ଼ା ନକରି ମନଖୁସିରେ ପଲ୍ଲୀଶ୍ରୀ ମେଳାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ ସମ୍ବଲପୁରୀ ବସ୍ତ୍ର, ଶାଢୀ, ଲୁଗାପଟା, ଖାଦ୍ୟ ପଦାର୍ଥ କିଣାବିକା କରୁଛନ୍ତି । ବିଭିନ୍ନ ଫୁଡ୍ ଷ୍ଟଲ୍ ରେ ଭିଡ ଲାଗି ରହୁଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଅନେକ ଉତ୍ପାଦ ର ବିପଣି ନେଇ ଆସିଛନ୍ତି ।

 ପଲ୍ଲୀଶ୍ରୀ ମେଳାରେ ଉଦ୍ଘାଟନର ପ୍ରଥମ ସନ୍ଧ୍ୟାରେ ୯,୩୨,୭୦୦ , ନଅ ଲକ୍ଷ ବତିଶି ହଜାର ସାତ ଶହ ଟଙ୍କାର କିଣାବିକା ହୋଇଥିବା ବେଳେ ଦ୍ଵିତୀୟ ରାତ୍ରୀରେ ୧୫,୭୮,୨୭୯, ପନ୍ଦର ଲକ୍ଷ ଅଠସ୍ତରି ହଜାର ଦୁଇ ଶହ ଅଣାଅଶି ଟଙ୍କାର ବେପାର ହୋଇଛି । ପ୍ରଥମ ଦୁଇ ଦିନରେ ମୋଟ ୨୫,୧୦,୯୭୯ , ପଚିଶ ଲକ୍ଷ ଦଶ ହଜାର ନଅ ଶହ ଅଣା ଅଶି ଟଙ୍କାର କାରବାର ହୋଇଛି।

ସେହିପରି ପୁସ୍ତକ ମେଳାରେ ବିଭିନ୍ନ ପ୍ରକାଶନୀର ୧୫ ଗୋଟି ଷ୍ଟଲ୍ ଲାଗିଛି। ଏଠାରେ ପ୍ରଥମ ଦିନ ପନ୍ଦର ହଜାର ପାଞ୍ଚ ଶହ ଏବଂ ଦ୍ଵିତୀୟ ଦିନ ଛତିଶ ହଜାର ଛଅ ଶହ ପଚାଶ ଟଙ୍କାର ବହି ବିକ୍ରିବଟା ହୋଇଛି । ଆଖି ଦୃଶିଆ ବିକ୍ରୀ ହୋଇଥିବାରୁ ଦୋକାନୀ ମାନେ ମଧ୍ୟ ଖୁସି ଅଛନ୍ତି । ଷ୍ଟାଡିୟମ୍ ପଡ଼ିଆରେ ବିଭିନ୍ନ ବିଭାଗର ଷ୍ଟଲ୍ ମାଧ୍ୟମରେ ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ସହିତ ଉତ୍ପାଦିତ ବସ୍ତ୍ର, କଳା ସାମଗ୍ରୀ ଏବଂ ଉତ୍ପାଦର ପ୍ରଦର୍ଶନୀ ହୋଇ ପାରିଛି । ପ୍ରଦର୍ଶନୀ ଦାୟିତ୍ୱରେ ଜିଲ୍ଲାର ବରିଷ୍ଠ ପ୍ରଶାସକ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଏପିଡି ଯୋଗେଶ୍ଵର ଭୋଇ ଥିବାବେଳେ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓର୍ମାସ ପରିଚାଳକ ଓ ସହକର୍ମୀଙ୍କ ସହଯୋଗରେ ବ୍ୟବସ୍ଥିତ ଢଙ୍ଗରେ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇପାରିଛି।ବହୁଳ ମାତ୍ରାରେ ଜନସାଧାରଣ ମାରାଗୁଡା ଲୋକ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ପଲ୍ଲୀଶ୍ରୀ ମେଳାରୁ ଜିନିଷ କିଣାବିକା କରି ସ୍ଵୟଂ ସହାୟକ ଦଳ ତଥା ଦୋକାନୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

masiha

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!