ଅଜଣା ଗାଡି ଧକ୍କାରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
ବସ୍ତା 20/03 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ବୁଧବାର ଅପରାହ୍ନ ସମୟରେ ନାଇକୁଡି ଛକ ନିକଟରେ ଅଜଣା ଗାଡି ଧକ୍କା ରେ ଯୁବକ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣଙ୍କ ଖଣ୍ଡବିଖଣ୍ଡ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଛି ବୋଲି ଅନୁମାନ କରାଯାଉଛି l ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଅଂଚଳର ରାଜୁ ହାଁସଦା ବୋଲି ଜଣାଯାଇଛି l